ମୁମ୍ବାଇ,୦୯|୦୭: ପ୍ରଳୟଙ୍କରୀ ବନ୍ୟାରେ ଭାସିଗଲା ହଜାର ହଜାର ସିଲିଣ୍ଡର। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଦେଖିବାରୁ ମିଳିଛି ଏଭଳି ଚିତ୍ର । ପ୍ରବଳ ବର୍ଷା ଯୋଗୁ ଗ୍ୟାସ ବଟଲିଂ ପ୍ଲାଣ୍ଟରେ ପାଣି ପଶିଯିବା ଯୋଗୁ ସିଲିଣ୍ଡର ଗୁଡିକ ପାଣିରେ ଭାସି ନଦୀରେ ପ୍ରବାହିତ ହୋଇଥିବା ଜଣାପଡିଛି।

ରିପୋର୍ଟ ଅନୁସାରେ, ପ୍ରାୟ ୩ ହଜାର ସିଲିଣ୍ଡର ପାତାଳଗଙ୍ଗା ନଦୀରେ ଭାସିଯାଇଛି । ଅଧିକାଂଶ ଟାଙ୍କିରେ ଏଲପିଜି ଗ୍ୟାସ ରହିଥିଲା। କିଛି ଖାଲି ଥିଲା। ତେବେ ଭାସି ଯାଉଥିବା ସିଲିଣ୍ଡରକୁ କିଛି ଲୋକେ ସାଙ୍ଗରେ ନେଇ ଯାଉଥିବା ଦେଖିବାକୁ ମିଳିଛି । ଏ ନେଇ ରାୟଗଡ଼ ଜିଲ୍ଲାପାଳ କିଶନ ଜଓ୍ୱାଲେ ବୟାନ ଜାରି କରି ଲୋକଙ୍କୁ ସତର୍କ କରାଇଛନ୍ତି।

Also Read :- ଟ୍ରେନ୍ ଭିତରେ ଚଉଠି ! ଏକ୍ସପ୍ରେସ୍ AC କୋଚରେ ଗୋଲାପର ସେଜ ଏବଂ ବେଲୁନ

ତେବେ ଏଗୁଡ଼ିକୁ ନେଇ ବ୍ୟବହାର ନ କରିବାକୁ ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି, ଭାସିଯାଇଥିବା ଏଲପିଜି ସିଲିଣ୍ଡରର ସୁରକ୍ଷାକୁ ନେଇ କୌଣସି ଗ୍ୟାରେଣ୍ଟି ନାହିଁ । ଏହା ସୁରକ୍ଷିତ କି ନୁହେଁ, ତାହା ଜଣା ନାହିଁ । ଏଭଳି ସ୍ଥିତିରେ କୌଣସି ସିଲିଣ୍ଡରକୁ ନେଇ ଘରେ ରଖିବା କିମ୍ବା ଏହାକୁ ଖୋଲି ବ୍ୟବହାର କରିବା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ।

ମହାରାଷ୍ଟ୍ରରେ ଭୂମିକମ୍ପ

ହାରାଷ୍ଟ୍ରର ମରଠୱାଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ନାନ୍ଦେଡ,ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଏହି ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।ଏପର୍ଯ୍ୟନ୍ତ କୌଣସିମୃତାହତ କିମ୍ଵା ବଡକ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।ଏନେଇଜଣେ ଅଧିକାରୀ କହିଛନ୍ତି ଯେ ଭୂକମ୍ପ ରାତି ୧:୩୭ ରୁ ୩:୨୩ ମଧ୍ୟରେ ହୋଇଥିଲା।ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରୁ ୪.୬ ପର୍ଯ୍ୟନ୍ତ ଥିଲା। ରିପୋର୍ଟ କରାଯାଇଛି ଯେ ଦୁଇ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପ୍ରାୟ ଚାରି ଥର ଭୂକମ୍ପ ଅନୁଭୂତ ହୋଇଥିଲା। ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କୁ ଶାନ୍ତ ରହିବା ଏବଂ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ନିବେଦନ କରିଛି।