ଦିଗପହଣ୍ଡି: ଉପଜିଲ୍ଲାପାଳଙ୍କ ସମ୍ମୁଖରେ ଭୟଙ୍କର ଦୁର୍ଘଟଣା। ଡାଲା ଅଟୋକୁ ଧକ୍କା ଦେଇ ଫେରାର ମାରିଲା ବୋଲବମ୍ ଟ୍ରକ୍। ହେଲେ ପିଛା କରି ଟ୍ରକକୁ କାବୁ କରି ପୋଲିସକୁ ହସ୍ତାନ୍ତର କଲେ ଉପଜିଲ୍ଲାପାଳ। ଏଭଳି ଏକ ଘଟଣା ଦେଖିବାକୁ ଗଞ୍ଜାମ ଦିଗପହଣ୍ଡି ବ୍ଲକ୍ ଗଣିଆନାଳ ଛକ ନିକଟରେ।

ସୂଚନା ଅନୁସାରେ, ଦିଗପହଣ୍ଡି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଡାଲା ଅଟୋକୁ ଗଣିଆନାଳ ଛକ ନିକଟରେ ଏକ ବୋଲବମ ଟ୍ରକ ଧକ୍କା ଦେଇଥିଲା। ଏମିତିକି ଦୁର୍ଘଟଣା ଘଟାଇ ଟ୍ରକଟି ନ ଅଟକି ଚମ୍ପଟ ମାରିଥିଲା। ହେଲେ ଏହି ସମୟରେ ସେହି ବାଟରେ ଯାଉଥିଲେ ଗଞ୍ଜାମ ଉପଜିଲ୍ଲାପାଳ ସେହି ବାଟ ଦେଇ ଯାଉଥିଲେ। ଏମିତିରେ ନିଜେ ଉପଜିଲ୍ଲାପାଳ ଟ୍ରକଟିକୁ ପିଛା କରି କାବୁ କରିବା ସହ ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲେ। ସେପଟେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା।

Also Read: NGO କର୍ମଚାରୀଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ ; ରେଡ୍ ବେଳେ ମିଳିଲା ସୁନା, ନଗଦ ଟଙ୍କା ଓ ଜମିପଟ୍ଟା