ଭୁବନେଶ୍ବର ୧୭।୮: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଆସିଷ୍ଟାଣ୍ଟ ସର୍ଜନ ସତ୍ୟଜିତ ବେହେରା । ଏନ୍‌ଜିଓ କର୍ମଚାରୀଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ ।

Also Read:- ​​​​​​​ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ କୁମାର ମାର୍ଥାଙ୍କ ପରିବାରକୁ ୬.୫୫ ଲକ୍ଷ ଟଙ୍କାର ସହାୟତା

ତେବେ ଆଜି ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ସତ୍ୟଜିତ ବେହେରାଙ୍କୁ ଧରିଛି । ତାଙ୍କ ନିକଟରୁ ୩୦ ହଜାର ଟଙ୍କା ଜବତ କରାଯାଇଛି । ପରେ ଡାକ୍ତରଙ୍କ ସରକାରୀ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ସୁନା ଅଳଙ୍କାର, ନଗଦ ଟଙ୍କା ଏବଂ ଜମିପଟ୍ଟା ମିଳିଛି । ଡାକ୍ତରଙ୍କର ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଦିଗରୁ ଚାଲିଛି ଯାଞ୍ଚ ।

Watch Video:​​​​​​​​​​​​​​