ଛତ୍ରପୁର ୧୫।୧୧: ପୁଣି ଆସୁଛି ବାତ୍ୟା, ଗଞ୍ଜାମକୁ ବର୍ଷା ଆଲର୍ଟ । ୧୮ ତାରିଖରୁ ୟେଲୋ, ଅରେଞ୍ଜ ୱାର୍ଣ୍ଣିଂ ସତର୍କତା ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏଥିସହ କେହି ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାର ଯେଉଁ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ସେଠାରୁ ଲୋକ ମାନଙ୍କୁ ସ୍ଥାନାନ୍ତର କରାଯିବ । ୧୧୦ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଏକ ହଜାରରୁ ଉର୍ଦ୍ଧ୍ବ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି । ଡ୍ୟାମ୍ ଗୁଡିକରେ ପାଣି ରହିଥିବାରୁ ପାଣି ଛଡାଯିବା । ଯେଉଁ ଅଞ୍ଚଳରେ ପାଣି ଆସିବାର ସମ୍ଭାବନା ରହିଛି ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇ ସେଠାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

Also Read:- ବୌଦ୍ଧ ବ୍ୟବସାୟୀ ନିଖୋଜ ମାମଲାରେ ନୂଆ ମୋଡ଼, ସାମ୍ନାକୁ ଆସିଲା ଶେଷ CCTV ଫୁଟେଜ୍

ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲୁ ରହିବ । ଜନସାଧାରଣ ମାନେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ।