କଟକ ୨୬।୦୬: ବଢିଲା ଅଡୁଆ । ଚୌଦ୍ବାର ସର୍କଲ ଜେଲରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣାରେ ନୂଆ ମୋଡ଼। ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଅଡ଼ୁଆ ବଢିଛି। ଉଭୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର।

ଜେଲରୁ ଫେରାର ହେବାରେ ଦୁଇ ଅପରାଧୀଙ୍କୁ ସେମାନେ ସହଯୋଗ କରିଥିବା ଓ ସତ ଚାପିବାକୁ ଜାଲ୍ ଦସ୍ତଖତ କରିବା ସହିତ ସରକାରୀ ଦସ୍ତାବିଜ ହେରଫେର କରିଥିବା ଅଭିଯୋଗ ଆଣିଛନ୍ତି ସୁଜିତ। ଉଭୟ ସରକାରୀ ପଦର ଅପବ୍ୟବହାର କରିଥିବା ନେଇ ସୁଜିତ କୁମାର ଚୌଦ୍ବାର ଥାନାରେ ଅନଲାଇନରେ ଗତ ୨୪ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ବିହାରୀ କଏଦୀ ଫେରାର ଓ ଜେଲ ବିଭାଗରେ ହେଉଥିବା ବ୍ୟାପକ ଅନିୟମିତତା ପଛରେ ଦୁଇ ଅଧିକାରୀ ଦାୟୀ ବୋଲି କହିଛନ୍ତି ।

Also Read:-ଆଜି ଭାଙ୍ଗିବ ସଚିନଙ୍କ ରେକର୍ଡ ! ପଡିଆରେ ଦମ୍ ଦେଖାଇବେ ବୈଭବ...ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ

ସୂଚନାଯୋଗ୍ୟ ଯେ, ୨୦୨୫ ଅକ୍ଟୋବର ୩ରେ ଦଶହରା ସମୟରେ ୨ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ ଚୌଦ୍ବାର ସର୍କଲ୍ ଜେଲରୁ ଫେରାର ହୋଇଯାଇଥିଲେ। ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି କରିବା ନେଇ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ ପରେ ହଟଚମଟ ସୃଷ୍ଟି ହୋଇଥିଲା।