ନୂଆଦିଲ୍ଲୀ,୨୬|୦୬ଆଉ କିଛି ସମୟର ଅପେକ୍ଷା । ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ । ଭାରତୀୟ କ୍ରିକେଟରେ ଆରମ୍ଭ ହେବ ସ୍ୱର୍ଣ୍ଣିମ ଅଧ୍ୟାୟ ।ଆୟାରଲ୍ୟାଣ୍ଡ ବିପକ୍ଷରେସିନିର ଟିମରେ ଖେଳିବେ ବୈଭବ । ଯେଉଁଥିପାଇଁ ଫ୍ୟାନ୍ସଙ୍କ ଅନେକ ଆଶା ଏବଂ ଭରସା । ଖୁବ୍ କମ୍ ବୟସରେ ସେ ସାକାର କରିବାକୁ ଯାଉଛନ୍ତି ନିଜର ସ୍ୱପ୍ନ ।

ଭାଙ୍ଗିବେ ସଚିନଙ୍କ ରେକର୍ଡ

ଭାରତୀୟ ଦଳର ଉଦୀୟମାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲରେ ସେ ଅରେଞ୍ଜ୍ କ୍ୟାପ୍ ଜିତିଛନ୍ତି । ଅନେକ ବଡ ବଡ ବୋଲରଙ୍କୁ ପ୍ରହାର କରିଛନ୍ତି । ଅନେକ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି । ସେ ଅନ୍ତର୍ଜାତୀୟ ସ୍ତରରେ ମହାନ ବ୍ୟାଟରଙ୍କ ରେକର୍ଡ ଭାଙ୍ଗିବେ ବୋଲି କୁହାଯାଉଛି ।

ଇଏସପିଏନ୍ କ୍ରିକ୍ ଇନଫୋ ଅନୁସାରେ, ଭାରତୀୟ ଦଳର ମହାନ କ୍ରିକେଟର ସଚିନ ତେନ୍ଦୁଲକର ୧୬ ବର୍ଷରେ ଅନ୍ତର୍ଜାତୀୟ ମୁକାବିଲାରେ ଡେବ୍ୟୁ କରିଥିଲେ । ୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିଥିଲେ । ଏବେ ତାଙ୍କଠୁ କମ୍ ବୟସରେ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ ମୁକାବିଲା ଖେଳିବାକୁ ଯାଉଛନ୍ତି ।ସଚିନ ଯେତେବେଳେ ପଦାର୍ପଣ କରିଥିଲେ ସେତେବେଳେ ତାଙ୍କ ବୟସ ଥିଲା ୧୬ ବର୍ଷ୨୦୫ଦିନ । ଏବେ ବୈଭବ ୧୫ବର୍ଷ୭୧ଦିନରେ ପଦାର୍ପଣ କରି ମାଷ୍ଟର ବ୍ଲାଷ୍ଟରଙ୍କ ବହୁ ପୁରୁଣା ରେକର୍ଡକୁ ଅତିକ୍ରମ କରିବେ ।

ଆଇପିଏଲରେ ଦମଦାର ଇନିଂସ

୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ଆଇପିଏଲରେ ୧୬ଟି ଇନିଂସ ଖେଳିଥିଲେ । ଏହି ସବୁ ଇନିଂସରୁ ସେ ୭୭୬ ରନ୍ ସଂଗ୍ରହ କରିଥିଲେ । ଏହାସହ ତାଙ୍କୁ ଅରେଞ୍ଜ୍ କ୍ୟାପ୍ ପ୍ରଦାନ କରାଯାଇଥିଲା । ଯାହା ପରେ ତାଙ୍କୁ ଭାରତୀୟ ସିନିଅର୍ ଟିମରେ ନେବାକୁ ଚର୍ଚ୍ଚା ହୋଇଥିଲା । ଶେଷରେ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି୨୦ରେ ତାଙ୍କୁ ସ୍ଥାନ ମିଳିଛି ।ସେହିପରି ଭାରତ ଏ ପକ୍ଷରୁ ଖେଳି ସେ ଶ୍ରୀଲଙ୍କା ଏ ବିପକ୍ଷରେ ଫାଇନାଲରେ ମାତ୍ର ୨୯ ବଲରୁ ୯୪ ରନ୍ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ ।

ସତ ହୋଇଛି ସ୍ୱପ୍ନ

ଭାରତୀୟ ଦଳରେ ସ୍ଥାନ ମିଳିବା ପରେ ବୈଭବ ଖୁବ୍ ଭାବପ୍ରବଣ ହୋଇଯାଇଥିଲେ । ଏହାକୁ ନେଇ ସେ କହିଥିଲେ ଯେ,ସେ ଯେବେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଦିନେ ଭାରତୀୟ ଜର୍ସି ପିନ୍ଧିବା କଥା ସ୍ୱପ୍ନ ଦେଖିଥିଲେ । ଏବେ ସବୁ ସ୍ୱପ୍ନ ସତ ହେବାକୁ ଯାଉଛି । ହେଲେ ସେ ଏତ ବଡ ଖୁସିକୁ ବିଶ୍ୱାସ କରିପାରୁ ନାହାଁନ୍ତି ।କ୍ରିକେଟ୍ ଖେଳିବାର କିଛି ପାହାଚ ଅଛି । ଯେଉଁ ମୁଖ୍ୟ ପାହାଚ ଚଢିବା ପାଇଁ ସମସ୍ତ କ୍ରିକେଟର ସ୍ୱପ୍ନ ଦେଖନ୍ତି ତାହା ସତ ହେବାକୁ ଯାଉଛି । ତାଙ୍କର ସବୁ ସ୍ୱପ୍ନ ପୂରା ହୋଇଛି । ଯାହାକୁ ସେ ଶବ୍ଦ ମାଧ୍ୟମରେ ପ୍ରକାଶ କରିପାରିବେ ନାହିଁ ।

Also Read :- ଡେବ୍ୟୁ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଚିନ୍ତା, ସତର୍କ କରାଇଦେଲେ ରାହୁଲ ଦ୍ରାବିଡ

ଆହୁରି ମଧ୍ୟ ସେ କହିଥିଲେ ଯେ, ଯେତେବେଳେ ସେ ଭାରତୀୟ ଦଳର ଜର୍ସି ଦେଖିଥିଲେ ଏବଂ ତାଙ୍କର ନାଁ ଲେଖାଥିଲା ସେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ । ସେହି ଟି ସାର୍ଟ୍ ଦେଖି ଖୁସି ହୋଇ ଯାଇଥିଲେ । ବେଳେବେଳେ ଚିନ୍ତା କରିନଥିବା ଜିନିଷ ଜୀବନରେ ଘଟିଥାଏ । ଏହାକୁ ସହଜରେ ପ୍ରକାଶ କରିହେବ ନାହିଁ । ତାଙ୍କ ସହ ମଧ୍ୟ ସାମନ ଘଟଣା ଘଟିଥିବା ବୈଭବ ପ୍ରକାଶ କରିଥିଲେ ।