ଭୁବନେଶ୍ୱର ୨୮/୦୨: ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ଆଜିଠୁ ଦେଶବ୍ୟାପୀ ସର୍ଭିକାଲ କ୍ୟାନ୍ସର ଟିକାକରଣ ଅଭିଯାନ ଆରମ୍ଭ । ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ ।

୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍ ଦିଆଯିବ । ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଚାଲିବ । ଏହା ମାଧ୍ୟମରେ ଭବିଷ୍ୟତରେ ଜରାୟୁ କର୍କଟର ଆଶଙ୍କାକୁ କମେଇବାର ଲକ୍ଷ୍ୟ ରଖାଯାଇଛି । ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ।

ପ୍ରାୟ ୯୯ ପ୍ରତିଶତଙ୍କ କ୍ଷେତ୍ରରେ ହ୍ୟୁମାନ ପାପିଲୋମା ଭାଇରସ ନାମକ ଏକ ଭୂତାଣୁ ସଂକ୍ରମଣ ଯୋଗୁଁ ଏହି କ୍ୟାନ୍ସର ହୋଇଥାଏ । ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ରୋଗ ମଧ୍ୟରେ ସର୍ଭିକାଲ କ୍ୟାନ୍ସର ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତିବର୍ଷ ଦେଶରେ ପ୍ରାୟ ୧ ଲକ୍ଷ ୨୩ ହଜାରରୁ ୧ ଲକ୍ଷ ୨୫ ହଜାର ନୂଆ ସର୍ଭିକାଲ କ୍ୟାନ୍ସର ରୋଗୀ ଚିହ୍ନଟ ହୁଅନ୍ତି । ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଥିଲେ ଏହି ଭାଇରାସ୍ ବ୍ୟାପିପାରେନି ।

also read..

ଆକାଶରୁ ଖସିଲା ନୋଟ୍ ଭର୍ତ୍ତି ବିମାନ: ଗୋଟାଇବାକୁ ବାଡିଆପିଟା, ଆସିଲା ପୋଲିସ....