ନୂଆଦିଲ୍ଲୀ: ଭାରତୀୟ ଘରୋଇ ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଇ ବିଶ୍ୱର ତୃତୀୟ ବୃହତ୍ତମ ବଜାରରେ ପରିଣତ ହୋଇଛି। ଏବେ ବିମାନ ଯାତ୍ରୀଙ୍କୁ ଲୁଚାଛପା ଖର୍ଚ୍ଚରୁ (Hidden charges) ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ସିଟ୍ ବାଛିବା ପାଇଁ ଲାଗୁଥିବା ଅତିରିକ୍ତ ଦେୟ ଉପରେ ରୋକ୍ ଲଗାଇବା ସହ ଯାତ୍ରୀଙ୍କ ଅଧିକାରକୁ ସୁଦୃଢ଼ କରିବା ପାଇଁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (Ministry of Civil Aviation) ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି ଯେ, ବିମାନର ପ୍ରାୟ ୬୦ ପ୍ରତିଶତ ସିଟ୍ ଯାତ୍ରୀଙ୍କୁ ବିନା ମୂଲ୍ୟରେ ବାଛିବା ପାଇଁ ଉପଲବ୍ଧ କରାଯିବ।

Also Read: ପେନସନ ବଢିବା ଦରକାର, ସଂସଦୀୟ କମିଟି କହିଲେ -'୧୦୦୦ ଟଙ୍କା ବହୁତ କମ୍'

ଏକାଠି ବସିବେ ଗୋଟିଏ ପିଏନଆର (PNR) ଥିବା ଯାତ୍ରୀ

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଦ୍ୱାରା ଜାରି ହୋଇଥିବା ଏହି ଆଦେଶର ମୂଳ ଲକ୍ଷ୍ୟ ହେଉଛି ବିମାନ ଯାତ୍ରାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା।

  •  ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ୱେବ୍ ଚେକ୍-ଇନ୍ କିମ୍ବା ଟିକେଟ୍ ବୁକିଂ ବେଳେ ପସନ୍ଦର ସିଟ୍ ପାଇଁ ଏୟାରଲାଇନ୍ସମାନେ ଯେଉଁ ଅତିରିକ୍ତ ଶୁଳ୍କ ଆଦାୟ କରୁଥିଲେ, ତାହା ଉପରେ ଏବେ ଲଗାମ ଲାଗିବ।
  •  ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଗୋଟିଏ ପିଏନଆର (PNR) ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପାଖାପାଖି ସିଟ୍ ଆଲଟ୍ କରାଯିବା ଦରକାର।
  •  ଏହାଦ୍ୱାରା ପରିବାର କିମ୍ବା ଗ୍ରୁପ୍ରେ ଯାତ୍ରା କରୁଥିବା ଲୋକଙ୍କୁ ଏକାଠି ବସିବା ପାଇଁ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

Also Read: India's energy crisis: ଭାରତରେ ଇନ୍ଧନ ସମସ୍ୟା ନାହିଁ, ଘରୋଇ ଏଲପିଜି ଉତ୍ପାଦନ ଦ୍ରୁତ ଗତିରେ ବଢୁଛି: ନିର୍ମଳା ସୀତାରମଣ

ଅନ୍ୟାନ୍ୟ ନୀତିରେ ଆସିବ ସ୍ୱଚ୍ଛତା

ସୁରକ୍ଷା ନିୟମକୁ ପାଳନ କରି ଖେଳ ସାମଗ୍ରୀ (Sports equipment) ଏବଂ ବାଦ୍ୟଯନ୍ତ୍ର (Musical instruments) ନେବା ପାଇଁ ଏୟାରଲାଇନ୍ସଗୁଡ଼ିକୁ ସ୍ୱଚ୍ଛ ଏବଂ ଯାତ୍ରୀ-ଅନୁକୂଳ ସୁବିଧା ଯୋଗାଇବାକୁ ହେବ। ଏହା ବ୍ୟତୀତ ପୋଷା ଜନ୍ତୁ (Pets) ନେବା ସମ୍ବନ୍ଧୀୟ ନୀତିକୁ ମଧ୍ୟ ନିଜ ୱେବସାଇଟରେ ସ୍ପଷ୍ଟ ଭାବେ ପ୍ରକାଶ କରିବାକୁ କୁହାଯାଇଛି, ଯାହାଦ୍ୱାରା ଯାତ୍ରୀମାନଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ।

Also Read: Shree Mandira: ଆସୁଛି କି ବଡ଼ ବିପଦ ? କି ସଙ୍କେତ ଦେଉଛି ନୀଳଚକ୍ର ଉପରେ ବାରମ୍ବାର ଚିଲ

ଯାତ୍ରୀ ଅଧିକାର ଓ ଆଞ୍ଚଳିକ ଭାଷାରେ ସୂଚନା ଉପରେ ଗୁରୁତ୍ୱ

ବିମାନ ଉଡ଼ାଣରେ ବିଳମ୍ବ, ବିମାନ ବାତିଲ୍ କିମ୍ବା ବୋର୍ଡିଂରୁ ବଞ୍ଚିତ ହେବା ଭଳି ସ୍ଥିତିରେ ଯାତ୍ରୀଙ୍କ ଅଧିକାରକୁ କଡ଼ାକଡ଼ି ପାଳନ କରିବାକୁ ସରକାର ଜୋର ଦେଇଛନ୍ତି।

  • ଏୟାରଲାଇନ୍ସମାନେ ନିଜ ୱେବସାଇଟ୍, ମୋବାଇଲ୍ ଆପ୍, ବୁକିଂ ପ୍ଲାଟଫର୍ମ ଏବଂ ଏୟାରପୋର୍ଟ କାଉଣ୍ଟରରେ ଯାତ୍ରୀଙ୍କ ଅଧିକାର ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ।
  • ସମସ୍ତଙ୍କ ସୁବିଧା ପାଇଁ ଏବଂ ସୂଚନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ସବୁ ସୂଚନା ଦିଆଯିବ।
  • ଭାରତର ବିମାନବନ୍ଦରଗୁଡ଼ିକରେ ଦୈନିକ ୫ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି। ତେଣୁ ବିମାନବନ୍ଦରରେ ଶସ୍ତା ଖାଦ୍ୟ ଏବଂ ମାଗଣା ୱାଇ-ଫାଇ (Wi-Fi) ସୁବିଧା ପ୍ରଦାନ କରୁଥିବା 'ଉଡ଼ାଣ (UDAN) ଯାତ୍ରୀ କାଫେ' ଭଳି ପଦକ୍ଷେପର ମଧ୍ୟ ମନ୍ତ୍ରଣାଳୟ ଉଲ୍ଲେଖ କରିଛି।