​​​​​​​ପୁରୀ ୧୮।୩: ଆଗକୁ ଆସୁଛି କି କିଛି ବଡ଼ ବିପଦ । ବିଶ୍ବ, ଦେଶ ତଥା ରାଜ୍ୟରେ ଘଟିବ କି କିଛି ବଡ଼ ବିପର୍ଯ୍ୟୟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବାରମ୍ବାର ବସୁଛି ଚିଲ । ନୀଳଚକ୍ରରେ ଚିଲ ବସିବାକୁ ନେଇ ନାନା କଳ୍ପନା ଜଳ୍ପନା ସମସ୍ତଙ୍କ ମଧ୍ୟରେ ଲାଗି ରହିଛି । ଏଇ କିଛି ଦିନ ହେବ  ଲଗାତାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସୁଛି । ତେବେ ମଙ୍ଗଳବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ବେଳେ ବୁଧବାର ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ବୁଧବାର ସକାଳୁ ସକାଳୁ ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି ।

ଚିଲ ବସିବା ଶୁଭ ନା ଅଶୁଭ ?

ଶ୍ରୀମନ୍ଦିର ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ଏମିତିକି କିଛି ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହୁଛନ୍ତି । କୁହାଯାଏ ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ । ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହ ଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ମଧ୍ୟ ମତପ୍ରକାଶ ପାଉଛି । ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି କିଛି ସେବାୟତ ମତ ରଖୁଛନ୍ତି ।

Also Read:- ହଷ୍ଟେଲ ଅନ୍ତେବାସୀ ଗଣ୍ଡଗୋଳର ତଦନ୍ତ କରିବ କମିଟି, ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ତେବେ ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ଚତୁଃପାର୍ଶ୍ଵରେ ଶହ ଶହ ଚିଲ ଉଡିବା, ନୀଳଚକ୍ର ଉପରେ ବାରମ୍ବାର ଚିଲ ବସିବା, ମାନସିକ ବାନା ଛିଣ୍ଡିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବୁଧବାର ପୁନର୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଆଗକୁ କିଛି ବଡ଼ ବିପର୍ଯ୍ୟୟ ଘଟିବାକୁ ଯାଉଛି କି ? ସେଥିପାଇଁ ବୋଧହୁଏ ମହାପ୍ରଭୁ ବାରମ୍ବାର ଏଭଳି ସଙ୍କେତ ଦେଉଛନ୍ତି ।

ଦେଖନ୍ତୁ ଶ୍ରୀମନ୍ଦିର ଉପରେ ଚିଲ ବସିବାର ଦୃଶ୍ୟ:-​​​​​​​​​​​​​​