ସୁନ୍ଦରଗଡ ୧୯।୩: ଘରେ ଏକା ରହୁଥିଲେ ସ୍ବାମୀ-ସ୍ତ୍ରୀ । ଏହାର ସୁଯୋଗ ନେଲେ ଦୁର୍ବୃତ୍ତ । ହଠାତ୍ ୪ ଜଣ ଆସିଲେ । ଘର ମାଲିକଙ୍କୁ ପାଣି ମାଗିଲେ । ଏହାପରେ ସୁଯୋଗ ଦେଖି ମୁଣ୍ଡରେ ବନ୍ଧୁକ ଲଗାଇଲେ । ପରେ ଘରେ ପଶିଗଲେ ୪ ଦୁର୍ବୃତ୍ତ । ଘରେ ପଶି କଳାକନା ବୁଲାଇଦେଲେ । ଘର ମାଲିକ କିଛି ଭାବିବା ପୂର୍ବରୁ ସେମାନେ ଫେରାର ହୋଇଗଲେ । ପରେ ପୋଲିସକୁ ଖବର ଦେଲେ ଘର ମାଲିକ । ପୋଲିସ ଆସି କରୁଛି ଛାନଭିନ ।

ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଅଞ୍ଚଳରେ ରହୁଥିବା ରମେଶ ନାଗଙ୍କ ଘରୁ ସଶସ୍ତ୍ର ଡକାୟତି ନେଇ ଅଭିଯୋଗ ହୋଇଛି । ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଘରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା । ରମେଶଙ୍କ ଘରୁ ପ୍ରାୟ ଲକ୍ଷେ ଟଙ୍କା ନଗଦ ସହ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇ ଫେରାର ମାରିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି ।

ଏମିତି ଥିଲା ପୂରା ଘଟଣା :

ଘର ମାଲିକ ରମେଶ ନାଗ ଏବଂ ତାଙ୍କ ସ୍ତ୍ରୀ ଘରେ ଏକୁଟିଆ ରହୁଥିବା ସୁଯୋଗ ନେଇ ଘରେ ପଶିଥିଲେ ଡକାୟତ । ହଠାତ୍ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ରମେଶଙ୍କ ଘର ନିକଟକୁ ଆସିଥିଲେ । ପ୍ରଥମେ ସେମାନେ ରମେଶଙ୍କୁ ପାଣି ମାଗିଥିଲେ । ଏହାପରେ ସୁଯୋଗ ଦେଖି ଘର ଭିତରକୁ ପଶିଥିଲେ । ଆଉ ତାପରେ ସୁଯୋଗ ଦେଖି ସବୁ ଲୁଟି ନେଇଯାଇଥିଲେ । ପରେ ସେମାନେ ଘଟଣାସ୍ଥଳ ଛାଡ଼ି ଛୁ ମାରିଥିଲେ ।

Also Read: Bear fear: ଘରୁ ବାହାରିଲେ ଡର ଲାଗୁଛି, ମାତିଛି ଜଙ୍ଗଲୀ ଜନ୍ତୁ

ଘର ମାଲିକ ରମେଶ ପରେ ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ସଦର ଥାନା ଆଇଆଇସି, ଟାଉନ ଥାନା ଆଇଆଇସି ଏବଂ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ସୂଚନା ରହିଛି ଯେ ଘଟଣାସ୍ଥଳକୁ ସନ୍ଧାନୀ କୁକୁରକୁ ଅଣାଯାଇ ଛାନଭିନ କରାଯିବ । ଏହି ଡକାୟତି ଘଟଣାରେ ସ୍ଥାନୀୟ ଡକାୟତଙ୍କ ସଂପୃକ୍ତି ରହିଛି ନା ବାହାର ରାଜ୍ୟର ଡକାୟତ ମାନେ ସଂପୃକ୍ତ ରହିଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି ।