କଣ୍ଟାବାଞ୍ଜି ୧୩।୫: ପରଲୋକରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନ୍ । କଣ୍ଟାବାଞ୍ଜି ସ୍ଥିତ ବାସଭବନ ଠାରେ ବୁଧବାର ସକାଳ ୮ଟା ୩୦ମିନିଟ୍‌ରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରହିଥିବା ମଧ୍ୟ ଜଣାପଡିଛି ।

ଆୟୁବ ଖାନ୍ ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ଦଳରୁ ବିଧାୟକ ନର୍ବାଚିତ ହୋଇଥିଲେ । ଦୁଇ ଦୁଇ ଥର ବିଧାୟକ ହୋଇ ଅଞ୍ଚଳ ପାଇଁ ଅନେକ କିଛି ଉନ୍ନତିମୂଳକ କାମ କରିଥିଲେ । କଣ୍ଟାବାଞ୍ଜିବାସୀ ତାଙ୍କୁ ବିକାଶ ପୁରୁଷ ମଧ୍ୟ କହୁଥିଲେ । କଣ୍ଟାବାଞ୍ଜି ପାଇଁ ତାଙ୍କର ଅନେକ ଅବଦାନ ମଧ୍ୟ ରହିଛି । ତେବେ ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଯାଇଛି ।

Also Read:- Heatwave Alert : ହେବନି ଅବପାତ, ୪ ଡିଗ୍ରୀ ବଢିବ ତାତି, ୬ରୁ ୭ ଦିନ ମଧ୍ୟରେ ଉପରମୁହାଁ ହେବ ପାରଦ !

ପୂର୍ବତନ ବିଧାୟକ ଆୟୁବ ଖାନ୍‌ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆୟୁବ ଖାନ୍‌ଙ୍କ ଦେହାନ୍ତ ଖବର ପାଇ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ବିଧାୟକ ଆୟୁବ ଖାନ୍‌ଙ୍କ ପୁଅ ଡ଼ ଅମଜଦ ଖାନ୍‌ଙ୍କ ସହ ଫୋନ୍ ଯୋଗେ କଥା ହୋଇ ଶୋକ ପ୍ରକାଶ କରିଛନ୍ତି ।