ଭଦ୍ରକ ୧୧।୧୧: ଭଦ୍ରକ କାଳୀ ପୂଜା ମେଳାରେ ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ । ନଷ୍ଟ କରାଯାଇଛି ବହୁ ପରିମାଣରେ ଅପମିଶ୍ରିତ ଖାଦ୍ୟ । ଏହିସବୁ ଖାଦ୍ୟରେ ଚାଇନା ସଲ୍ଟ ଓ ରଙ୍ଗର ବ୍ୟବହାର କରାଯାଇଛି । ଚରମ୍ପା ଠାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଦୋକାନୀ ମାନେ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଛନ୍ତି । ଖାଦ୍ୟ ନିରାପତ୍ତା ବିଭାଗର ୨ଟି ଟିମ୍ ମେଳାରେ ଚଢାଉ କରିଛନ୍ତି ।

ମେଳାରେ ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଚାଇନା ସଲ୍ଟ ଓ ରଙ୍ଗ ବ୍ୟବହାର କରି ଖାଦ୍ୟ ବିକ୍ରି ହେଉଛି । ଭଦ୍ରକ ଜିଲ୍ଲାର ଐତିହାସିକ କାଳୀ ପୂଜା ଅବସରରେ ମେଳା ଆରମ୍ଭ ହୋଇଛି । ଚରମ୍ପା ଠାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ହେଉଛି । ତେବେ ଏହାର ସୁଯୋଗ ନେଇ ଦୋକାନୀ ମାନେ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଛନ୍ତି ।

Also Read:- ABVP ଛାତ୍ରନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର, ଯୁବପିଢ଼ିଙ୍କୁ ସଠିକ୍ ଦିଗ ଦେଲେ ବିଶ୍ବ ଆଗକୁ ବଢ଼ିବ

ଭଦ୍ରକ ଖାଦ୍ୟ ନିରାପତ୍ତା ବିଭାଗର ଦୁଇଟି ୬ ଜଣିଆ ଟିମ୍ ଚଢାଉ କରୁଛି । ଚରମ୍ପା ଅଞ୍ଚଳରେ ସମସ୍ତ ଦୋକାନର ଫୁଡ୍ ଲାଇସେନ୍ସ ଯାଞ୍ଚ ହେଉଛି । ଏମିତି କି କେତେକ ଦୋକାନୀ ଖାଦ୍ୟରେ ରଙ୍ଗ ମିଶାଇବା ସହ ବାସି ଖାଦ୍ୟ ବିକ୍ରି କରୁଥିବା ମଧ୍ୟ ଟିମ୍ ଠାବ କରିଛି । ଦୋକାନର ବାସି ଖାଦ୍ୟ ଓ ରଙ୍ଗ ମିଶ୍ରିତ ଖାଦ୍ୟ ନଷ୍ଟ କରିବା ସହ ଜରିମାନା କରାଯାଉଛି । ଏକାଧିକ ଥର ଅପମିଶ୍ରଣ ଠାବ ହେଲେ ଦୋକାନ ସିଲ୍ କରାଯିବ ବୋଲି ଖାଦ୍ୟ ନିରାପତ୍ତା ଅଫିସର୍ କହିଛନ୍ତି ।

Watch Video: