ନୂଆଦିଲ୍ଲୀ, ୦୩/୧୦ :ଫ୍ଲାଏ ଦୁବାଇ ବିମାନକୁ କ୍ରାଶ୍ କରିବା ପାଇଁ ପ୍ରୟାସ କରିଥିବା କୋ ପାଇଲଟଙ୍କ ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏପରିକି ତାର ପରିଚୟ ମଧ୍ୟ ମିଳିଛି । ଅଭିଯୁକ୍ତ କୋ ପାଇଲଟ୍ ହେଲେ ଓମାନ ନାଗରିକ ହମାମ୍ ଅଲ୍ ହମାମୀ । ତାର ସୋସିଆଲ ମିଡିଆ ଆକାଉଣ୍ଟରେ ଅଲକାଏଦା ସହ ଜଡିତ କିଛି ଫଟୋ ଥିବା ଅନେକ ରିପୋର୍ଟରେ ଦାବି ହୋଇଛି ।

ରିପୋର୍ଟ ଅନୁସାରେ, ଫ୍ଲାଏଦୁବାଇର ବିମାନକୁ ହମାମୀ କ୍ରାଶ୍ କରିବାକୁ ପ୍ରୟାସ କରିଥିଲା । କିନ୍ତୁ ଏଥିରେ ଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ନିଜ ଜୀବନକୁ ବାଜି ଲଗାଇ୧୮୦ନାଗରିକଙ୍କ ଜୀବନ ରକ୍ଷା କରିଥିଲେ । ନିଜେ ଆହତ ହୋଇ ସେ ହମାମୀ ସହ ଲଢିଥିଲେ ଏବଂ କକପିଟର ଦ୍ୱାର ଖୋଲି ଦେଇଥିଲେ । ଫଳରେ ଅନ୍ୟ ଯାତ୍ରୀ ଏହଂ ଅଫ୍ ଡ୍ୟୁଟି ପାଇଲଟ ହମାମୀକୁ କାବୁ କରି ବିମାନକୁ ନିୟନ୍ତ୍ରଣ କରିଥିଲେ ।

ଏବେ ସୋସିଆଲ ମିଡିଆରେ ହମାମୀର ଅଲକାଏଦା ଲିଙ୍କ୍, ଆତଙ୍କବାଦୀଙ୍କ ସହ ଫଟୋ ଏବଂ କଠୋରପନ୍ଥୀ ଚିନ୍ତାଧାରା ବାବଦରେ ଅନେତ ତଥ୍ୟ ମିଳିଛି । ତେବେ ତାକୁ କିପରି ବିମାନରେ ସୁଯୋଗ ମିଳିଲା ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଅଲ୍ ଆରବିୟାନ୍ ସୂତ୍ରାନୁସାରେ, ହମାମୀ ବିମାନକୁ କବଜା କରିବାକୁ ପ୍ରୟାସ କରିଥିଲା । ତାର ପିତା ଏବଂ ମାଆ ସିରିୟାରେ ରୁହନ୍ତି । ସେ ନିଜ ଜୀବନର ଅନେକ ସମୟ ୟୁଏଇରେ କାଟିଛି । ଏବେସୁଦ୍ଧା ଓମାନ ସରକାର ତାକୁ ନିଜ ଦେଶର ନାଗରିକ ଭାବେ ସ୍ପଷ୍ଟ କରି ନାହାଁନ୍ତି । ତା ନିକଟରେ ଡୁଆଲ ସିଟିଜେନସିପ୍ ଥାଇପାରେ । ଏପରି ହେଲେ ତାକୁ ଇସ୍ରାଏଲ ଯାଉଥିବା ବିମାନରେ କିପରି ଅନୁମତି ମିଳିଲା ବୋଲିସୂଚନାମିଳିପାରିବ ।

ଓମାନ ଏବଂ ଇସ୍ରାଏଲ ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ନାହିଁ ।୨୦୨୦ରେ ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଆବ୍ରାହମ୍ ଆକର୍ଡସ୍ ସ୍ୱାକ୍ଷରିତ ହୋଇଥିଲା । ଏଥିରେ ତେଲ୍ ଅଭିଭକୁ ବିମାନ ଯାତ୍ରା ପାଇଁ ଇସ୍ରାଏଲ ସହ ରାଜନୈତିକ ସମ୍ପର୍କ ନଥିବା ଦେଶର ପାଇଲଟଙ୍କୁ ଅନୁମତି ମିଳିବ ନାହିଁ ବୋଲି ଉଲ୍ଲେଖ ରହିଥିଲା ।

Also Read :- ବ୍ରିଟିଶ ନାଗରିକତା ନେଇ ମଧ୍ୟ ୟୁପି ମଦ୍ରାସାରେ ନେଉଥିଲେ ଦରମା ଓ ପେନସନ୍ ! ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ

ସୂଚନାଯୋଗ୍ୟ, ଫ୍ଲାଏ ଦୁବାଇରେ ଆଠ ମାସ ତଳେ ସାମିଲ ହୋଇଥିବା ଅଲ୍ ହମାମୀ ଓମାନ୍ ଏବଂ ମରକ୍କୋ ଏୟାର ଲାଇନରେ କାମ କରିଥିଲା । ଓମାନ ଏୟାରରେ କାମ କରିବା ସମୟରେ ସେ କଠୋରପନ୍ଥୀ ବିଚାରଧାରା ରଖୁଥିବା ନେଇ ସନ୍ଦେହ କରାଯାଉଥିଲା । ତାର ଗତିବିଧିକୁ ନଜରରେ ରଖି ଓମାନ ପକ୍ଷରୁ ତାକୁ ପାଇଲଟ ଡ୍ୟୁଟିରୁ ବାହାର କରି କାର୍ଯ୍ୟାଳୟ ଡ୍ୟୁଟି ପ୍ରଦାନ କରାଯାଇଥିଲା ।