ଚଣ୍ଡିଗଡ, ୦୩/୧୦ : ଭାରତ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ୍ମଧ୍ୟରେ ଶନିବାର ଖେଳାଯିବ ତୃତୀୟ ଦିନିକିଆ। ନ୍ୟୁ ଚଣ୍ଡୀଗଡ଼ର ପିସିଏ ଷ୍ଟାଡ଼ିୟମ ପ୍ରଥମ କରି ଦିନିକିଆ ମ୍ୟାଚ ଆୟୋଜନ କରିବ। ୨-୦ରେ ସିରିଜ କବଜା କରି ସାରିଥିବା ଭାରତୀୟ ଦଳ ଆଉ ଏକ ବିଜୟ ସହ ସିରିଜ ମୂଳପୋଛ ପାଇଁ ପ୍ରୟାସ କରିବ। ୱେଷ୍ଟଇଣ୍ଡିଜ ଦଳ ମଧ୍ୟ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି। ଏସବୁ ମଧ୍ୟରେ ଉଭୟ ଦଳ ଲୟ ହରାଇ ବସିଥିବା ବୋଲିଂ ବିଭାଗକୁ ସୁଧାରିବା ଉପରେ ଗୁରୁତ୍ୱଦେବେ।

୨ଟି ମ୍ୟାଚରେ ୱେଷ୍ଟ ଇଣ୍ଡିଜର ବୋଲିଂ ବାହିନୀ ୭୦୬ ରନ ପ୍ରଦାନ କରିବା ସହ ଭାରତର ମାତ୍ର ୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଭାରତୀୟ ବୋଲିଂ ବାହିନୀ ମଧ୍ୟ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିରେ ଶକ୍ତିହୀନ ମନେ ହେଉଛି । ଆସନ୍ତା ବର୍ଷ ବିଶ୍ୱକପ୍ ରହିଥିବାରୁ ଏବେଠୁ ଭାରତୀୟ ଦଳକୁ ବୋଲିଂ ବିଭାଗ ଉପରେ କାର୍ଯ୍ୟ କରିବାକୁ ହେବ।

Also Read :- Dino Morea : ଅଭିନେତା ଡିନୋ ମାରିଆଙ୍କୁ ଗିରଫ କଲା ମୁମ୍ଵାଇ ପୋଲିସ ! ମିଠି ନଦୀ ଦୁର୍ନୀତି ମାମଲାରେ ୮ ଘଣ୍ଟା ହୋଇଥିଲା ଜେରା

ଭାରତୀୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ । ପ୍ରଥମ ୨ଟି ମ୍ୟାଚ ଖେଳି ନଥିବା ମହମ୍ମଦ ସିରାଜ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରସିଦ୍ଧ କ୍ରିଷ୍ଣା ଦ୍ଵିତୀୟ ମ୍ୟାଚରେ ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି। ଅବଶ୍ୟ ତାଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜ ଦଳରେ ଯୋଗ ଦେଇ ଅଭ୍ୟାସ କରିଛନ୍ତି। ତଥାପି ସିରାଜଙ୍କୁ ଅଗ୍ରାଧିକାର ମିଳିବା ଆଶା କରାଯାଉଛି। ବ୍ୟାଟିଂ ବିଭାଗରେ ଅଦଳ ବଦଳ କରିବାକୁ ଟିମ ମ୍ୟାନେଜମେଣ୍ଟ ଚାହୁଁନାହିଁ । ଯାହା ଫଳରେ ଓପନର ଯଶସ୍ବୀ ଜୈସୱାଲଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

୨ଟି ମ୍ୟାଚ ହାରି ସାରିଥିଲେ ହେଁ ୱେଷ୍ଟ ଇଣ୍ଡିଜ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ଦଳର ବୋଲିଂ ବିଭାଗ ସନ୍ତୁଳିତ ମନେ ହେଉଥିଲେ ହେଁ ଲୟକୁ ଫେରିବା ଜରୁରି। ସେରଫାନ ରଦରଫୋର୍ଡଙ୍କ ବ୍ୟାଟରୁ ମଧ୍ଯ ଦଳ କିଛି ରନ ଆଶା ରଖିବ। ଭାରତୀୟ ଦର୍ଶକ ଦୁଇ ଭେଟେରାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। କିନ୍ତୁ ଅଧିନାୟକ ଶୁଭମନ ଗିଲ ୱେଷ୍ଟଇଣ୍ଡିଜ ଦଳର ନିଦ ହଜାଇ ଦେଇଛନ୍ତି। ସେ ପ୍ରଥମ ମ୍ୟାଚରେ ଶତକ ଓ ଦ୍ଵିତୀୟ ମ୍ୟାଚରେ ଅପରାଜିତ ଦ୍ବିଶତକ ଅର୍ଜନ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଅଟକାଇବା ପାଇଁ ୱେଷ୍ଟ ଇଣ୍ଡିଳ ବୋଲରମାନେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ।

ନ୍ୟୁ ଚଣ୍ଡୀଗଡ଼ ଗ୍ରାଉଣ୍ଡର ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବାର ରେକର୍ଡ ରହିଛି। ନୂଆ ବଲ୍ ଅତିରିକ୍ତ ବାଉନ୍ସ ଓ ସୁଇଂ ହେବ । ତଥାପି ପୁରୁଣା ବଲରେ ଦ୍ରୁତ ରନ ସଂଗ୍ରହ ହୋଇ ପାରିବ । ମ୍ୟାଚ ଦିବା ରାତ୍ର ହୋଇଥିବାରୁ ଟସ ବିଜୟୀ ଦଳ ଫ୍ଲଡ ଲାଇଟରେ ବ୍ୟାଟିଂ କରିବାକୁ ପସନ୍ଦ କରିବେ।