ପୁରୁଷୋତ୍ତମପୁର ୨୯।୧୦ : ଅର୍ଣ୍ଣବ ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଋଷିକୁଲ୍ୟାରେ ପାଣି ବଢିବାରୁ ଅନେକ ଗାଁରେ ପଶିଛି ପାଣି। ହାଣ୍ଡିଘର ହରିଜନ ସାହି ଓ ପୁରୁଷୋତ୍ତମପୁର ଏନଏସି କନକା ସ୍ଲିମ ଓ ଆଦର୍ଶ ଶ୍ମଶାନରେ ପାଣି ପଶି ଯାଇଛି । ପାଣ୍ଡିଆ ବ୍ରିଜ ନିକଟରେ ବିପଦ ସଂକେତ ଉପରେ ବୋହୁଛି ପାଣି । ଏଠାରେ ବିପଦ ସଙ୍କେତ 16.636 ରହିଥିବା ବେଳେ ବର୍ତ୍ତମାନ ତାହା 17.10 ସେଣ୍ଟି ମିଟର ଦେଈ ଗତି କରୁଛି ।

ସେହିପରି ହାଣ୍ଡିଘର ଗାଁରେ ମଧ୍ୟ ପଶିଛି ବର୍ଷା ପାଣି। ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ , ତହସିଲଦାର ଓ ବିଡ଼ିଓ । ବର୍ଷା ଓ ପବନ ପ୍ରଭାବରେ ହାଣ୍ଡିଘର ଗାଁରେ ବଡ଼ ଗଛ ଓ ଇଲେକ୍ଟ୍ରି ପୋଲ ଉପୁଡି ପଡିଛି । ପୁରୁଷୋତ୍ତମପୁର ତହସିଲଦାର, ବିଡ଼ିଓ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷଙ୍କ ସହ ସବୁ ବିଭାଗର ଅଧିକାରୀ ଓ ପୋଲିସ ଉପସ୍ଥିତ ଥିଲେ। ନଈ କୁଳିଆ ଓ କଚା ଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ, ସ୍କୁଲ କିମ୍ବା ନିରାପଦ ସ୍ଥାନକୁ ନେଇ ରଖାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Watch Video:-