ପୁରୀ ୧୮।୩: ଶ୍ରୀମନ୍ଦିର ପ୍ରଶାସନର ୩୯ କୋଟି ୨୨ ଲକ୍ଷ ଟଙ୍କାକୁ ଏକ ବର୍ଷ ପାଇଁ ସ୍ଥାୟୀ ଜମା କରାଗଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଦିଆଗଲା ଏହି ଜମା । କର୍ପସ ଫଣ୍ଡର ୩୬ କୋଟି ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୩ କୋଟି ୨୨ ଲକ୍ଷ ସମୁଦାୟ ୩୯ କୋଟି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଏକ ବର୍ଷ ପାଇଁ ଜମା ଦିଆଗଲା ।

ଅର୍ଥ ସବ୍ କମିଟିର ଟେଣ୍ଡର ବିଡିଂରେ ୭.୪୦ ସୁଧ ହାରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୨୦୨୬-୨୭ ବର୍ଷ ପାଇଁ ଏହି ଟଙ୍କା ଜମା କରାଯାଇଛି ।

Also Read:- Shree Mandira: ଆସୁଛି କି ବଡ଼ ବିପଦ ? କି ସଙ୍କେତ ଦେଉଛି ନୀଳଚକ୍ର ଉପରେ ବାରମ୍ବାର ଚିଲ