ପଟ୍ଟାମୁଣ୍ଡାଇ ୪।୬: ବଢିଲା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ ଛାୟାକାନ୍ତ ନାୟକଙ୍କ ଅଡୁଆ । ରାଜନଗର ଥାନାରେ ତାଙ୍କ ନାଁରେ ରୁଜୁ ହେଲା ମାମଲା । ରାଜନଗର ବାରାଦିଆ ଗାଁର ବିନୋଦ ଦାସ ନାମକ ଯୁବକଙ୍କୁ ଥାନାରେ ଦେଇଥିଲେ ଥାର୍ଡ ଡିଗ୍ରୀ । ଏନେଇ ଗତ ୩୧ ତାରିଖ ଦିନ ବିନୋଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ରାଜନଗର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ତାଙ୍କ ବିରୁଦ୍ଧରେ ଲାଗିଛି ।

Also Read:- ସୌମ୍ୟ ହତ୍ୟା ମାମଲାରେ ଘାଣ୍ଟୁଛି NHRC ଟିମ୍, କ୍ୟାମ୍ପ୍ କୋର୍ଟରେ ଗର୍ଲଫ୍ରେଣ୍ଡ ହାଜର

ସୂଚନାଯୋଗ୍ୟ ଯେ, ବାରାଦିଆ ଗାଁରେ ଅନେକ ଦିନ ଧରି ଚୋରା ମଦ କାରବାର ହୋଇ ଆସୁଥିଲା । ଏହାକୁ ନେଇ ବିନୋଦ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଥିଲେ । ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିବା ସମୟରେ ବିନୋଦ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ । ଏତିକିରେ ଉତକ୍ଷିପ୍ତ ହୋଇ ଏସଆଇ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଗାଡ଼ି ଭିତରେ ପୁରାଇ ନିର୍ଧୁମ ମାଡ଼ ମାରିବା ସହ ରାଜନଗର ଥାନାରେ ତାଙ୍କୁ ୧୦ଘଣ୍ଟା ଅଟକ ରଖିଥିଲେ । ଏନେଇ ସେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।