ସୋରୋ, ୨୧/୦୯:କୋଇଲା ବୋଝେଇ ଟ୍ରେନରେ ନିଆଁ ।ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବାକୁ ରାତି ସାରା ପ୍ରୟାସ କଲେ ଅଗ୍ନିଶମ ବାହିନୀ ।

Also Read :- ସୁଦାନରେ ପୁଣି ଧସିଲା ସୁନା ଖଣି, ୧୧ ମୃତ

ରିପୋର୍ଟ ଅନୁସାରେ, ଟ୍ରେନଟି ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିଲା । ହେଲେ ରାଣୀତାଲ ନିକଟରେ ଗାର୍ଡ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଟ୍ରେନଟି ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଟକିଥିଲା।

ଖବର ପାଇ ସୋର ଅଗ୍ନିଶମ ବାହିନୀର କର୍ମଚାରୀମାନେ ସାତଟି ବଗିର ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ରାତି ୨ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ନିଆଁ ଲିଭାଇବା ପରେ ନିଆଁ ଆୟତ୍ତ ହୋଇଥିଲା। ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା। ଏହି ସମୟରେ ଟ୍ରେନ ଯାତାୟତ ବନ୍ଦ କାରଣରୁ ଲୋକେ ନାହିଁ ନଥିବା ଅସୁବିଧାକୁ ସମ୍ମୁଖୀନ ହୋଇଛନ୍ତି।