ଭୁବନେଶ୍ୱର ୨୨।୧୨ : କ୍ଷମତା ଗଲା, ଟଙ୍କା ଗଲା । ନିର୍ବାଚନ ହାରିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା । ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦେଇଥିବା ସତ୍ୟପାଠରୁ ସାମ୍ନାକୁ ଆସିଛି ଏପରି କିଛି ତଥ୍ୟ।୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡିକୁ ମିଳିଛି ମାତ୍ର ୬୦ କୋଟି ଚାନ୍ଦା । ଏପ୍ରିଲ୍ ମାସରେ କେବଳ ମିଳିଛି ୬୦ କୋଟି ଟଙ୍କା। ସେପ୍ଟେମ୍ବର ମାସରେ ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂହ ଏହି ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୦ ମସିହାରୁ ରାଜ୍ୟରେ ବିଜେଡି ସରକାର ଗଠନ କରିଥିଲା । ଯାହା ୨୦୨୪ ଯାଏଁ ଚାଲୁରହିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି- ବିଜେଡି ମେଣ୍ଟ ହୋଇ ସରକାର ଗଠନ କରିଥିଲେ । ୨୦୦୯ରେ ବିଜେପି ଠାରୁ ଅଲଗା ହୋଇ ନିର୍ବାଚନ ଲଢିଥିଲା ବିଜେଡି । ଦଳର ଏହି ନିଷ୍ପତ୍ତି ମଧ୍ୟ ଠିକ୍‌ ସାବ୍ୟସ୍ତ ହୋଇଥିଲା । ୨୦୦୯ ସାଧାରଣ ଏବଂ ବିଧାନସଭା ନିର୍ବାଚନରେ ବିଜେଡି ରାଜ୍ୟରେ ବାଜିମାତ୍‌ କରିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ଲାଗିଥିଲା ଶକ୍ତ ଝଟ୍‌କା । ୧୪୭ଟି ବିଧାନସଭା ଆସନରେ ନିର୍ବାଚନ ଲଢି ଦଳ ଜିତିଥିଲା ମାତ୍ର ୫୧ ସିଟ୍‌ । ସେହିପରି ବିଜେପି ୧୪୭ ବିଧାନସଭା ଆସନରେ ଲଢି ୭୮ଟି ସିଟ୍‌ । ବାକି କଂଗ୍ରେସ ୧୪୫ ଆସନରେ ଲଢି ହାତେଇଥିଲା ମାତ୍ର ୧୪ ଆସନ । ଶେଷରେ ଦୀର୍ଘ ୨୪ ଧରି ରାଜ୍ୟର ଶାସନ ଗାଦିରେ ବସିଥିବା ବିଜେଡିକୁ ମାତ୍‌ ଦେଇଥିଲା ବିଜେପି । ଆଉ ରାଜ୍ୟରେ ପ୍ରଥମ ଥର ପାଇଁ ନିଜ ଶକ୍ତିରେ ସରକାର ଗଢିଥିଲା ।