ଭଦ୍ରକ ୦୩।୦୫ : ଫିଲ୍ମ ଷ୍ଟାଇଲରେ କିଡନାପ, ଗୋଡାଇ ଗୋଡାଇ ଧରିଲା ପୋଲିସ । ଗଞ୍ଜାମର ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ, ହତ୍ୟା ଘଟଣା ମନରୁ ନଲିଭୁଣୁ ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ କିଡନାପ୍ ଉଦ୍ୟମ । ବିଚ୍ ରାସ୍ତାରୁ ଯୁବକଙ୍କୁ ଉଠାଇନେଇଗଲେ ଅପହରଣକାରୀ । ଗୋଡାଇ ଗୋଡାଇ ଧରିବା ସହ ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ପୋଲିସ ।

ଖବର ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ପୋଷ୍ଟ ଅଫିସ ଛକ ପେଟ୍ରୋଲ ଟାଙ୍କି ନିକଟରୁ ଯୁବକଙ୍କୁ ଅପହରଣ କଲେ ଦୁର୍ବୃତ୍ତ। ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ଟେକି ନେଇ ବୋଲରରେ ଉଠାଇ ନେଇଗଲେ କିଛି ଯୁବକ। ଖବର ପାଇ ପୋଲିସ ସେହି ବୋଲେରୋକୁ ଗୋଡେଇ ଧରିବା ପରେ ଘଟଣା ସାମ୍ନାକୁ ଆସିଛି । ଏକ ବୋଲେରୋ ଗାଡ଼ିରେ ଆସିଥିବା କେତେକ ଯୁବକ ଜନୈକ ଯୁବକକୁ ଟେକି ନେଇ ଫେରାର ହୋଇଥିଲେ । ଯୁବକଙ୍କ ଜୋତା ଓ ପନି ପରିବା ସେହି ସ୍ଥାନ ରେ ପଡି ରହିଥିଲା । କିଛି ସମୟ ମଧ୍ୟରେ ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାନସୁ ମିଶ୍ର ନେତୃତ୍ବରେ ଟିମ ନାକା ବନ୍ଦୀ କରି ଗାଡ଼ି କୁ ଅଟକ ରଖିବା ସହ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏଥିସହିତ ୩ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଟଙ୍କା କାରବାରକୁ ନେଇ ଗଞ୍ଜାମରୁ ଆସି ଭଦ୍ରକରୁ କିଡନାପ କରିଥିବା ଜଣାପଡିଛି । କାଜୁ ବେପାରରେ ୭୦ ଲକ୍ଷ ଟଙ୍କା ଠକେଇ ପାଇଁ ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Also Read:-Tara Sutaria: ବୀରଙ୍କ ସହ ବ୍ରେକ୍ଅପ ପରେ ଆଦିତ୍ୟଙ୍କ ପ୍ରେମରେ ଉବୁଟୁବୁ ତାରା, ଡେଟିଂ ଖବର କନଫର୍ମ