ମୁମ୍ଵାଇ ୦୩।୦୫; ପ୍ରତିଦିନ ବଲିଉଡର କରିଡର ନୂଆ ପ୍ରେମ କାହାଣୀର ଗୁଜବ ଜୋର ଧରିଛି। ଶୁଣିବାକୁ ମିଳୁଛି କୁଆଡେ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିଆ ଏବଂ ହ୍ୟାଣ୍ଡସମ୍ ହଙ୍କ ଆଦିତ୍ୟ ରୟ କପୁର ପରସ୍ପରକୁ ଡେଟ୍ କରୁଛନ୍ତି।ନିକଟରେ ଫିଲ୍ମ ଫେୟାର ଏହି ଖବରକୁ ନିଶ୍ଚିତ କରିଦେଇଛି। ଯାହା ଉଭୟ ତାରକାଙ୍କ ପ୍ରଶଂସକମାନଙ୍କୁ ସ୍ପଷ୍ଟ ଭାବରେ ଉତ୍ସାହିତ କରିଛି।

କିଛି ସମୟମାସ ପୂର୍ବରୁ ତାରା ଏବଂ ବୀର ଅଲଗା ହୋଇଯାଇଥିଲେ । ଗତ ବର୍ଷ ଏକ କନସର୍ଟ ସମୟରେ ତାରା ଏବଂ ଗାୟକ ଏପି ଢିଲୋନଙ୍କ ମଧ୍ୟରେ ବଢୁଥିବା ଘନିଷ୍ଠତା ବୀରଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିବାର କାରଣ ବୋଲି କୁହାଯାଉଥିଲା। ହେଲେ ତାରା ଏହି ରିପୋର୍ଟଗୁଡ଼ିକୁ "ମିଛ କାହାଣୀ" ବୋଲି କହି ଖାରଜ କରିଥିଲେ। କିନ୍ତୁ ବୀରଙ୍କ ସହ ତାଙ୍କ ବ୍ରେକଅପ ଖବର ମଧ୍ୟରେ ଆଦିତ୍ୟ ରୟ କପୁରଙ୍କ ସହିତ ଲିଙ୍କଅପ୍ ଗୁଜବ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅନ୍ୟପକ୍ଷରେ, ଆଦିତ୍ୟ ରୟ କପୁର ମଧ୍ୟ ତାଙ୍କ ପ୍ରେମ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି । ଆଦିତ୍ୟ ଏବଂ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କ ବହୁତ ଦିନ ଧରି ଚର୍ଚ୍ଚାରେ ରହିଥିଲା, କିନ୍ତୁ ୨୦୨୪ରେ ସେମାନଙ୍କ ବିଚ୍ଛେଦର ଖବର ପ୍ରଶଂସକମାନଙ୍କୁ ଦୁଃଖିତ କରିଥିଲା। ଅନନ୍ୟାଙ୍କ ଠାରୁ ଅଲଗା ହେବା ପରେ, ଆଦିତ୍ୟଙ୍କ ନାଁ କିଛି ମଡେଲଙ୍କ ସହ ଯୋଡି ହୋଇଥିଲେ। ହେଲେ ଏବେ ତାରାଙ୍କ ସହିତ ତାଙ୍କର ବର୍ତ୍ତମାନର ନିକଟତା ଏବେ ଗସିପ୍ କରିବା ଆରମ୍ଭ କରିଦେଇଛି।

Also Read-Sambhavna Pregnant: ୬୫ଟି ଇଞ୍ଜେକ୍ସନ, ୮ ଥର IVF ଫେଲ୍; ଏବେ ୧୦ ବର୍ଷ ପରେ ମାଆ ହେବେ ସମ୍ଭାବନା ସେଠ୍