କେନ୍ଦ୍ରାପଡ଼ା ୨୧।୧୧: ମଝି ନଦୀରେ ଡଙ୍ଗା ଉପରେ ମାରପିଟ । ସାମାନ୍ୟ ଭାରସାମ୍ୟ ହରାଇଥିଲେ ବୁଡିଯାଇଥାନ୍ତା ଲୋଡିଂ ଡଙ୍ଗା । ଆଉ ଆଖି ପିଛୁଳାକେ ସରିଯାଇଥାନ୍ତା ସବୁକିଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଜମ୍ବୁ ଘାଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଡଙ୍ଗାରେ ନଦୀ ପାର ହେବା ବେଳେ ଦୁଇ ଜଣ ବ୍ୟକ୍ତି ପରସ୍ପର ମଧ୍ଯରେ ମାରପିଟ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଉଭୟଙ୍କ ମଧ୍ୟରେ କାହିଁକି ଗଣ୍ଡଗୋଳ ହେଲା ତାର ପ୍ରକୃତ କାରଣ ଜଣାପଡିନାହିଁ । ଲୋକ ଭର୍ତ୍ତି ଡଙ୍ଗାରେ ଏଭଳି ମାରପିଟ ବଡ଼ ଅଘଟଣକୁ ଡାକି ଆଣିଥିଲା l ଉଭୟଙ୍କ ଗଣ୍ଡଗୋଳ ପାଇଁ ଡଙ୍ଗାରେ ଥିବା ଅନେକ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଥିଲା । ଘଟଣାର ତଦନ୍ତ କରାଗଲେ ସତ୍ୟ ସାମ୍ନାକୁ ଆସି ପାରିବ ବୋଲି କୁହାଯାଉଛି ।

Also Read:-ବାତ୍ୟାର ପ୍ରଭାବ କମ୍, ଚିନ୍ତାଜନକ ସ୍ଥିତି ନାହିଁ ; ବାତ୍ୟା ମୁକାବିଲାରେ ସାଧାରଣ ଲୋକଙ୍କୁ ଶ୍ରେୟ ଦେଲେ SRC

ସେପଟେ, ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ l ଏହି ଘଟଣାର ତଦନ୍ତ ବ୍ଲକ୍ କର୍ତ୍ତୃପକ୍ଷ କରି ରିପୋର୍ଟ ଦେଲା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ସୂଚନା ଦେଇଛନ୍ତି l ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜମ୍ବୁ ଘାଟରେ ଡଙ୍ଗାରେ ନଦୀ ପାର ହେଲାବେଳେ ଦୁଇ ଜଣ ବ୍ୟକ୍ତି ପରସ୍ପର ମଧ୍ଯରେ ମାରପିଟ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା l ତେବେ ଏହା ପଛର କାରଣ କ’ଣ ଜଣାପଡି ନାହିଁ l