ନୂଆଦିଲ୍ଲୀ: ଆତ୍ମ ଜୀବନୀ ପ୍ରକାଶ ପାଇବା ପରେ ସୋନିଆ ଗାନ୍ଧୀଙ୍କୁ ନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସର ବରିଷ୍ଠ ନେତାଙ୍କ ଉପରେ ଲଗାଇଛନ୍ତି ଅନେକ ଅଭିଯୋଗ। ତାଙ୍କ କହିବା କଥା ବିଦେଶୀ ନାଗରିକ ହେବା ସତ୍ତ୍ଵେ ବି ଇନ୍ଦିରା ଗାନ୍ଧୀଙ୍କ ସରକାର ସୋନିଆ ଗାନ୍ଧୀଙ୍କୁ ମାରୁତି କମ୍ପାନିର ନିର୍ଦ୍ଦେଶିକା କରି ଦେଲେ। ତାଙ୍କର ସେୟାର ମଧ୍ୟ ନିର୍ଦ୍ଧାରିତ କରି ଦେଲେ। ଏମିତି କରି ସୋନିଆ ଗାନ୍ଧୀଙ୍କୁ ଅନୁଚିତ୍ ଲାଭ ଦିଆଗଲା।

‘କଂଗ୍ରେସର କଳା ଅଧ୍ୟାୟ’ ନାମକ ସିରିଜରେ ନିଶିକାନ୍ତ ଦୁବେ ଲେଖିଛନ୍ତି, କଣ ଆପଣ ଜାଣନ୍ତି କି ବିଦେଶୀ ନାଗରିକ ହେବା ସତ୍ତ୍ବେ ବି ସୋନିଆ ଗାନ୍ଧୀ ମାରୁତିର ପରିଚାଳକ ନିର୍ଦ୍ଦେଶିକା ସହ ୫୦ ପ୍ରତିଶତ ସେୟାର ହୋଲଡର ଥିଲେ ? ଭାରତ ସରକାରଙ୍କ ନିୟମ ଅନୁସାରେ କୌଣସି ବି ବିଦେଶୀ ନାଗରିକ କୌଣସି ଭାରତୀୟ କମ୍ପାନିର ନିର୍ଦ୍ଦେଶକ ହୋଇ ପାରିବେ ନାହିଁ। ତଥାପି ସୋନିଆ ଗାନ୍ଧୀ ୧୯୭୦ରେ କେମିତି ନିର୍ଦ୍ଦେଶିକା ହୋଇଗଲେ ?

Also Read: ଭିଏସ୍ ବାବୁଙ୍କ ମୃତ୍ୟୁ ପରେ ଖାଲି ହେଲା କୋଲାଥୁର ଆସନ, ପୁଣି ନିର୍ବାଚନ ଲଢ଼ିବେ କି ଏମ୍.କେ. ଷ୍ଟାଲିନ?

ସୋନିଆ ଗାନ୍ଧୀ ମାରୁତିର ପ୍ରକୃତ ମାଲିକାଣୀ

ନିଶିକାନ୍ତ ଦୁବେ ଲେଖିଛନ୍ତି, ୧୯୭୦ ନଭେମ୍ବର ୨୧ରେ ସଞ୍ଜୟ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ମାରୁତି ଟେକ୍ନିକାଲ ସର୍ଭିସେଜ ପ୍ରାଇଭେଟ୍ ଲିମିଟେଡ ସହିତ ଏକ ଚୁକ୍ତିନାମା କରିଥିଲେ। ସୋନିଆ ମାରୁତିର ପ୍ରକୃତ ମାଲକାଣୀ ଥିଲେ। ୧୯୭୦ରେ କମ୍ପାନିର ସ୍ଥାପନା ହୋଇଥିଲା, ମାତ୍ର ୧୯୬୮ରେ ହିଁ ଭାରତ ସରକାରଙ୍କଠୁ ଏକ ଚିଠି ମିଳି ସାରିଥିଲା, ଯେଉଁଥିରେ ମାରୁତି କମ୍ପାନିକୁ କାର ନିର୍ମାଣ ପାଇଁ ଅନୁମତି ମିଳିଥିଲା।

ସରକାରୀ ଖର୍ଚ୍ଚରେ ଅନେକ ଦେଶ ବୁଲିଲେ ସଞ୍ଜୟ ଗାନ୍ଧୀ

ସେ ଏହା ମଧ୍ୟ କହିଛନ୍ତି, ୧୯୬୯ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକ କ୍ୟାବିନେଟ୍ ଆଦେଶ ଜାରି କରିଥିଲେ, ଯେଉଁଥିରେ ତାଙ୍କ ବୋହୂ ସୋନିଆ ଗାନ୍ଧୀଙ୍କ କମ୍ପାନିକୁ କାର ନିର୍ମାଣ ପାଇଁ ଅନୁମତି ମିଳିଥିଲା। ୧୯୭୨ ଏପ୍ରିଲ ୩ରେ ସଞ୍ଜୟ ଗାନ୍ଧୀ ଏହି କମ୍ପାନି ପାଇଁ ଭାରତ ସରକାରଙ୍କ ଅର୍ଥରେ ସାରା ଦୁନିଆ ବୁଲିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି କମ୍ପାନିକୁ ସ୍ଥାପନ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ନିଶିକାନ୍ତ ଦୁବେ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଭିତରେ ଏକ ଘରୋଇ କମ୍ପାନିର ଦପ୍ତର କେମିତି ଖୋଲିଗଲା ? ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆରକେ ଧାଓ୍ଵନ ଏହାର ନିର୍ଦ୍ଦେଶକ କେମିତି ହୋଇଗଲେ ?

Also Read: କ୍ରିକେଟ ଟିମ୍‌ ସିଲେକ୍ସନ୍‌ରେ ଭେଦଭାବ ଅଭିଯୋଗ, କଂଗ୍ରେସ-ବିଜେପି ମୁହାଁମୁହିଁ

ଜମି ଆବଣ୍ଟନ, ବ୍ୟାଙ୍କ ଲୋନ ଉପରେ ପ୍ରଶ୍ନ

ନିଶିକାନ୍ତ ଦୁବେ ମାରୁତି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ସେହି ସମୟରେ ହରିୟାଣା ସରକାରଙ୍କ ନିୟମ ଅନୁସାରେ କୌଣସି ବିଦେଶୀ ନାଗରିକଙ୍କ ନାଁରେ ଜମି ଆବଣ୍ଟନ କରାଯାଇ ପାରୁ ନ ଥିଲା। ପୁଣି ୧୯୭୦ରେ ସୋନିଆ ଗାନ୍ଧୀଙ୍କ ନାଁରେ କେମିତି ଜମି ଆବଣ୍ଟନ ହୋଇଗଲା ? ସେ ପ୍ରଶ୍ନ କରିଛନ୍ତି, କଣ ବ୍ୟାଙ୍କର ରାଷ୍ଟ୍ରୀୟକରଣ କେବଳ ଏଥିପାଇଁ କରାଯାଇ ନ ଥିଲା ଯଦ୍ଵାରା ତାଙ୍କ କମ୍ପାନିକୁ ଲୋନ ଦିଆଯାଇ ପାରିବ ?

ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ମାରୁତି କମ୍ପାନିକୁ ଅଗ୍ରୀମ ଅର୍ଥ ରାଶି ଦିଆଯାଉ। କିନ୍ତୁ ସେହି ସମୟରେ କମ୍ପାନିର କାମ ବି ଆରମ୍ଭ ହୋଇ ନ ଥିଲା। ସେ ଦାବି କରିଛନ୍ତି, ସରକାରୀ କମ୍ପାନି ବିନା କୌଣସି ପେମେଣ୍ଟ ବିନା ମାରୁତିକୁ ସିମେଣ୍ଟ, ଷ୍ଟିଲ ଓ କୋଇଲା ଯୋଗାଇ ଦିଆଯାଇଥିଲା।

ଶେଷରେ ସେ ପ୍ରଶ୍ନ କରିଛନ୍ତି, କେମିତି ଗାନ୍ଧୀ ପରିବାର ବିନା କୌଣସି ବଡ଼ ନିବେଶରେ ଏକ ବଡ଼ ବ୍ୟବସାୟ ଛିଡ଼ା କରି ଦେଲେ। ହୁଏତ ସୋନିଆ ନିଜ ପୁସ୍ତକରେ ଏହି କଥା ଲେଖିଥାନ୍ତେ ଯେ, କେମିତି ବିନା ଅର୍ଥରେ ଏତେ ବଡ଼ ବ୍ୟବସାୟ ଛିଡ଼ା କରି ଦେଲେ । କେମିତି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମାରୁତି କମ୍ପାନିକୁ ସୋନିଆଙ୍କ ହାତରେ ଟେକି ଦେଲେ।