ନୂଆଦିଲ୍ଲୀ: କଣ ରକ୍ତ ସଂପର୍କରେ ମଧ୍ୟରେ ବିବାହ ହୋଇ ପାରିବ ? ଏହାକୁ ନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଅତି ଘନିଷ୍ଠଙ୍କ ମଧ୍ୟରେ ବିବାହକୁ ନେଇ ଚିନ୍ତା ବ୍ୟକ୍ତ କରି କହିଛନ୍ତି, ରକ୍ତର ସଂପର୍କୀୟଙ୍କ ମଧ୍ୟରେ ବିବାହ କ୍ଷତିକାରକ ହୋଇଥାଏ ଏବଂ ଏହି ବିଷୟରେ ଲୋକଙ୍କୁ ସଚେତନ କରିବା ଉଚିତ୍। ବେଙ୍ଗାଲୁରୁର ଜଣେ ଦୃଷ୍ଟିହୀନ ଛାତ୍ର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ତାଙ୍କ ବାପା-ମାଆ ରକ୍ତ ସଂପର୍କର।ଉଭୟଙ୍କ ଏମିତି ବିବାହ କାରଣରୁ ତାଙ୍କ ପରିବାରର ଜନ୍ମଜାତ ବଂଶାନୁକ୍ରମିକ ସମସ୍ୟା ଦେଖା ଦେଉଛି।

କଣ କହିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ମାମଲାରେ ଶୁଣାଣି କରି କହିଛନ୍ତି, କୋର୍ଟ ଏହି ଧରଣର ବିବାହ ଉପରେ ରୋକ୍ ଲଗାଇ ପାରିବ। ଏହାକୁ ନେଇ ନିୟମ ହୋଇ ପାରିବ ଏବଂ ଏହା ସଂସଦର ପରିଧିରେ ମଧ୍ୟ ଆସୁଛି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନୋଟିସ୍ ଜାରି କରି ପଚାରିଛନ୍ତି ଯେ, କଣ ଏହି ଧରଣର ବିବାହ ରୋକିବା ପାଇଁ କୌଣସି ଆଇନ ପ୍ରଣୟନ ହୋଇ ପାରିବ କି ?

Also Read: ସେନା ଗାଡ଼ି ଅଟକାଇ ଚାଲାଣ କାଟିବା ଘଟଣାରେ ବିବାଦ, କାର୍ଯ୍ୟରୁ ଡିଫେନ୍ସ ଲାଇସେନ୍ସକୁ ନେଇ DTO ଦେଲେ ସ୍ପଷ୍ଟୀକରଣ

ରକ୍ତ ସଂପର୍କରେ ବିବାହ କଲେ ହେବ ସମସ୍ୟା

ସୁପ୍ରିମକୋର୍ଟ କହିଛନ୍ତି, କାହାକୁ ବିବାହ କରିବା ଏହା ବ୍ୟକ୍ତିଗତ ପସନ୍ଦ। ଏହା ଉପରେ କୋର୍ଟ ରୋକ୍ ଲଗାଇ ପାରିବେ ନାହିଁ। ମାତ୍ର ଏହାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ ଯେ, ରକ୍ତ ସଂପର୍କୀୟଙ୍କୁ ବିବାହ କଲେ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ବିଷୟରେ ଲୋକେ ସଚେତନ ହେବା ଉଚିତ୍। ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ରୋକ୍ ଲଗାଇବା ପାଇଁ କୌଣସି ପଦକ୍ଷେପ ନେବା ଉଚିତ୍ କିମ୍ବା ଲୋକଙ୍କୁ ସଚେତନ କରାଇବା ଦରକାର।

ଆବେଦନକାରୀ ସର୍ବୋଚ୍ଚ ନ୍ୟାୟାଳୟରେ କହିଛନ୍ତି, ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ନିକଟତର ରକ୍ତ ସଂପର୍କୀୟଙ୍କ ମଧ୍ୟରେ ବିବାହର ପ୍ରଚଳନ ବହୁତ ଅଧିକ ରହିଛି। ଏହି ଧରଣର ପ୍ରାୟ ୩୦ ପ୍ରତିଶତ ବିବାହ ହେଉଛି। ଫଳରେ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଉଛି। ଏହା ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଏହି ବିଷୟକୁ ଅଙ୍ଗନଓ୍ଵାଡ଼ି କିମ୍ବା ପଞ୍ଚାୟତସ୍ତରରେ ସଚେତନତାର ଆବଶ୍ୟକତା ରହିଛି। ଏହା ପଛରେ ବୈଜ୍ଞାନିକ ଚିନ୍ତାଧାରା ଓ କାରଣକୁ ଲୋକଙ୍କ ସାମ୍ନାରେ ରଖାଯିବା ଉଚିତ୍।

Also Read: ମଦ ପିଇବା ପରେ ସ୍ଥିତି ଅସମ୍ଭାଳ ! ୧୫ ଜଣଙ୍କ ମୃତ୍ୟୁ, ୧୮୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ମୁସଲିମ ପର୍ସନାଲ ଲ’ରେ ଏହି ବିବାହକୁ ରହିଛି ମାନ୍ୟତା

ସୂଚନାଯୋଗ୍ୟ, ମୁସଲିମ ପର୍ସନାଲ ଲ’ରେ ଘନିଷ୍ଠ ସଂପର୍କୀୟଙ୍କ ମଧ୍ୟରେ ବିବାହକୁ ମଞ୍ଜୁରୀ ମିଳିଛି। ମାତ୍ର ହିନ୍ଦୁ ମ୍ୟାରେଜ ଆକ୍ଟରେ କିଛି ସଂପର୍କରେ ବିବାହ ଉପରେ ରୋକ୍ ରହିଛି। କିନ୍ତୁ ଏହାକୁ ନେଇ କୌଣସି ବଡ଼ ଆଇନ ନାହିଁ। ରକ୍ତ ସଂପର୍କୀୟଙ୍କ ମଧ୍ୟରେ ବିବାହରେ ପିଲା ମାନସିକ ବିକଳାଙ୍ଗ କିମ୍ବା ଶାରୀରିକ ବିକଳାଙ୍ଗ ହୋଇପାରେ।