ରାଉରକେଲା ୩୦।୩: ଭୁଶୁଡୁଛି ମାଓ ଗଡ । ମାଓବାଦୀଙ୍କ ପାଇଁ ଡେଡ୍ ଲାଇନ୍ ଆଉ ଗୋଟିଏ ଦିନ । ଏହି ସମୟରେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମାଓ ସଂଗଠନକୁ ବିଦାୟ ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଲିସର ନିକଟରେ କରିଛନ୍ତି ଆତ୍ମସମର୍ପଣ ।

ରାଉରକେଲା ପୋଲିସ ନିକଟରେ ୧୯ ବର୍ଷିଆ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀ ଜଣଙ୍କ ମାଓ ସଂଗଠନର ଏଲ୍.ଜି.ଏସ୍.ଏମ୍  ଥିଲେ  ଜଣେ ସକ୍ରିୟ ସଦସ୍ୟା ।  ତାଙ୍କ ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅନ୍ତର୍ଗତ ହୋଲୋମୁଲି ଗ୍ରାମରେ । ସେ ମାଓବାଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଂଗଠନରେ ସାମିଲ ହୋଇଥିଲେ । ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ । ବିଶେଷ କରି ବାଙ୍କୋ ପଥର ଖଣି ବିସ୍ଫୋରଣ ଏବଂ ରେଳପଥ ଆଇଇଡି ବିସ୍ଫୋରଣ ଭଳି ଘଟଣାରେ ତାଙ୍କର ସଂପୃକ୍ତି ଥିଲା ।

Also Read:- Crime in Bhubaneswar: ଷ୍ଟେସନରେ ଛାଡ଼ି ଦେବାକୁ କହିଲେ, ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କଲେ

ସରକାରଙ୍କ ନିୟମ ବିଧି ବ୍ୟବସ୍ଥା ଅନୁସାରେ  ତାଙ୍କୁ ୨,୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ସୁବିଧା ପ୍ରଦାନ କରାଯିବ ବୋଲି ରାଉରକେଲା ଏସ୍‌ପିଙ୍କ ସହ ପଶ୍ଚିମାଞ୍ଚଳ DIG କହିଛନ୍ତି ।