ଭୁବନେଶ୍ବର ୭।୮: ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ୨୦୨୬-୨୭ ବର୍ଷ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଗୁରୁବାରଠୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୩୧ ତାରିଖ ଯାଏଁ ଚାଲିବ । ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ କରିବାକୁ ସରକାର ପରାମର୍ଶ ଦିଆଯାଇଛି ।

ଚାଷୀ ମାନେ ନିକଟସ୍ଥ ସମିତି କାର୍ଯ୍ୟାଳୟ କିମ୍ବା www.foododisha.in ମାଧ୍ୟମରେ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ସମୟରେ ଚାଷୀଙ୍କୁ ନିଜର ବ୍ୟକ୍ତିଗତ ବିବରଣୀ, ଜମିର ତଥ୍ୟ ଏବଂ ଚାଷ ସମ୍ବନ୍ଧୀୟ ଆବଶ୍ୟକ ସୂଚନା ଦେବାକୁ ପଡ଼ିବ ।

Also Read:- ବ୍ୟାଙ୍କରୁ କେମିତି ମାରିଥିଲେ ୪୨ ଲକ୍ଷ ? ପୋଲିସ ଆଗରେ ସତ ମାନିଲେ ବାପ-ପୁଅ

ଗତ ବର୍ଷ ଯେଉଁ ସମିତିରେ ପଞ୍ଜିକରଣ କରିଥିଲେ ସେଠାରେ ହିଁ ପଞ୍ଜିକରଣ କରିବାକୁ କହିଛନ୍ତି ସରକାର । ୧ ନଭେମ୍ବର ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୭ ଯାଏଁ ଧାନ ସଂଗ୍ରହ ପ୍ରକ୍ରିୟା କରାଯିବ । ଧନ ଅମଳକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଜିଲ୍ଲାୱାରୀ ସଂଗ୍ରହ କରାଯିବ ।