ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ଦୁଃଖଦ ଖବର। ଚାଷୀଙ୍କ ପାଇଁ ସର୍ବଦା ସ୍ଵର ଉଠାଇ ଆସିଥିବା ସମ୍ବଲପୁରର ବିଶିଷ୍ଟ ଚାଷୀ ନେତା ଦେବେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସଡ଼କ ଦୁର୍ଘଟଣାରେ ତାଙ୍କର ପ୍ରାଣହାନୀ ଘଟିଥିବା ଜଣା ପଡ଼ିଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପଶ୍ଚିମ ଓଡ଼ିଶାର ଚାଷୀଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ମୁତାବକ, ସୁବର୍ଣ୍ଣପୁରରୁ ସମ୍ବଲପୁରରୁ ଫେରୁଥିବାବେଳେ ବିନିକା ଥାନା ଫୁଲମୁଠି ନିକଟରେ ଥିବା ଏକ କଲଭର୍ଟରେ କାର ପିଟି ହୋଇ ଯାଇଥିଲା। କାରରେ ଥିବା ଅନ୍ୟ ଜଣେ ବିପିନ ଭୋଇ ଆହତ ହୋଇଥିବା ବେଳେ ଚାଷୀ ନେତା ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଛି l ଆହତକୁ ପୋଲିସ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଚାଷୀନେତା ଦେବେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ l ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ଶହ ଅଧିକ ତଦନ୍ତ ଜାରିରଖିଛି ପୋଲିସ l

Also Read: ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗି ଚୁରମାର ; ଯାଇପାରିଲାନି ବୁଲଡୋଜର, ଶାବଳ ଓ ମାର୍ତୁଲରେ ମାଟିରେ ମିଶାଇ ଦେଲେ