ନୂଆଦିଲ୍ଲୀ, ୨୯/୦୯ : ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ଶତକ ଅର୍ଜନ କରିଛନ୍ତି ବିରାଟ କୋହଲି । ମାତ୍ର ୮୮ ବଲରୁ ୧୩୯ ରନର ସେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି । ଏହାସହ ନିଜର ୧୫ ହଜାର ଦିନିକିଆ ରନ୍ ପୂରଣ କରିଛନ୍ତି । ୨୯୬ ରନ୍ ଚେଜ୍ ବେଳେ ବିରାଟ ଆକର୍ଷଣୀୟ ପାଳି ଖେଳିଥିଲେ । ଷ୍ଟାଡିୟମରେ ଛକା ଚଉକା ବର୍ଷା କରିଥିଲେ ।

Also Read :- ଗାଁକୁ ପଶି ଆସିଲା ପାଗଳ ବିଲୁଆ : ଗୋଡେଇ ଗୋଡେଇ ୧୩ ଜଣଙ୍କୁ କାମୁଡି଼ ପକାଇଲା

ମୁକାବିଲାରେ ବିରାଟ ଦିନିକିଆରେ ୫୫ ତମ ଶତକ ପୂରା କରିଥିଲେ । ମୋଟ୍ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅରରେ ୮୬ଟି ଶତକ ରହିଛି । ଶହେ ଶତକ ଲଗାଇବା ପାଇଁ ତାଙ୍କୁ ଆହୁରି ୧୪ଟି ଶତକ ଦରକାର । ଯାହା ଦ୍ୱାରା ସେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଶତକ ସହ ବରାବର କରିପାରିବେ ।

ତେବେ କୋହଲିଙ୍କ ଏପରି ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର ଆଜିଙ୍କ୍ୟ ରାହାଣେ । ରାହାଣେ କହିଛନ୍ତି ଯେ, ପ୍ରେସର ମୁକାବିଲାରେ କୋହଲି ଅନ୍ୟ ଏକ ଖେଳାଳି ପାଲଟି ଯାଆନ୍ତି । ଅନନ୍ୟ ପାଳି ଖେଳିଥାନ୍ତି । ଏପରି ଚାପ ଥିବା ମ୍ୟାଚରୁ ହିଁ ବିରାଟଙ୍କ ବେଷ୍ଟ୍ ସ୍କୋର୍ ବାହାରିଥାଏ । ଯଦି ସେ ଶହେ ଶତକ କଥା ଭାବୁଛନ୍ତି ଏଥିରେ କୌଣସି ଭୁଲ ନାହିଁ । ସେ ଅନେକ ବର୍ଷ ଧରି ଭଲ କେଳ ପ୍ରଦର୍ଶନ କରୁଛନ୍ତି । ତାଙ୍କର ରୋଲ୍ ମଡେଲ ହେଉଛନ୍ତି ସଚିନ ତେନ୍ଦୁଲକର ।

ଅନ୍ୟ ଦିଗରେ ପୂର୍ବତନ ଓ୍ୱିକେଟ୍ କିପର ଦିନେଶ କାର୍ତ୍ତିକ କହିଛନ୍ତି ଯେ, ଫ୍ୟାନ୍ସ ମାନେ ବିରାଟଙ୍କ ସବୁ ସମୟକୁ ନେଇ ଖୁସି ମନାଇବା କଥା । ଏହାଦ୍ୱାରା ସେ ଲଗାତାର ଭାବେ ଭଲ ପାଳି ଖେଳି ଚାଲୁଥିବେ । ବିଶ୍ୱକପ୍ ଯାଏଁ ସେ ଭାରତୀୟ ଦଳରେ ରହିଛନ୍ତି । ଏହା ଭିଚରେ ଅନେକ ବଡ ମ୍ୟାଚ୍ ଆସିବ । ଯେଉଁ ବ୍ୟାଟର ଦୁଇ ମାସ ହେଲା ବ୍ୟାଟ୍ ଧରି ନାହାଁନ୍ତି ସେ ଆସି ଶତକ ଲଗାଉଛନ୍ତି । ଆତ୍ମବିଶ୍ୱାସରେ ଭରପୁର ରହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଦିନିକିଆରେ ୧୫୭ ଷ୍ଟ୍ରାଇକ୍ ରେଟରେ ଶତକ ଲଗାଇବା ସହଜ କଥା ନୁହେଁ । ବଡ ଟାର୍ଗେଟକୁ ସେ ୪୦-୪୨ ଓଭର ଭିତରେ ଚେଜ୍ କରିଛନ୍ତି । ତାଙ୍କ ଲୟ ବଜାୟ ରହିଛି । ଯାହା ଆଗକୁ ମଧ୍ୟ ଜାରି ରହିବ ବୋଲି କାର୍ତ୍ତିକ ପ୍ରକାଶ କରିଛନ୍ତି ।