ଭୁବନେଶ୍ଵର: MMDR ପ୍ରସଙ୍ଗକୁ ନେଇ ବିଧାନସଭାର ମୌସୁମୀ ଅଧିବେଶରେ ଗୃହର ଅଚଳାବସ୍ଥା ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହା ମଧ୍ୟରେ ବିଜେପି ସାଂସଦ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି। ବିଜେଡି କାହିଁକି ତାଙ୍କ ସରକାର ଅମଳରେ ହୋଇଥିବା ଖଣି ଦୁର୍ନୀତି ବାବଦରେ ୭୦ ହଜାର କୋଟି ଟଙ୍କାର ଜରିମାନା ଆଦାୟ କରି ପାରିନି ତାକୁ ନେଇ ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର।

ବିନା ଗ୍ରାମ ସଭାରେ ଖଣି ନିଲାମ ଓ ୭୦ ହଜାର କୋଟି ଫାଇନ

ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି ବିଜେଡି ସରକାର ସମୟରେ ଖଣି ହୋଇଥିଲା। ଏକଥାକୁ ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି। ବିଗତ ସରକାରରେ CAG ଅଡିଟ ହୋଇଥଲା। ମାଇନିଂ ପଇସା କେମିତି ଖର୍ଚ୍ଚ ହୋଇଥଲା ତାହାର ରିପୋର୍ଟ ଥିଲା। ଏପରିକି ବିନା ଗ୍ରାମ ସଭାରେ ଖଣି ନିଲାମ ହୋଇଥିଲା। ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି ହେଉଥିଲା ତାହା ସବୁ ଶାହା କମିଶନ ରିପୋର୍ଟରେ ଉଲ୍ଲେଖ ରହିଛି। ବିଜେଡି ସରକାର ଟ୍ରାଇବାଲ ମାନଙ୍କୁକେମିତି କଷ୍ଟ ଦେଇଥିଲା ଏବଂ ୭୦ ହଜାର କୋଟି ଫାଇନ ବିଷୟରେ ମଧ୍ୟ ଲେଖିଛନ୍ତି। ଯେଉଁମାନେ ଆମ ବିରୋଧରେ ମିଛ କଥା କହୁଛନ୍ତି ଆମେ ସେମାନଙ୍କ ରିପୋର୍ଟ ଧରି ବସିଛୁ। ସେମାନେ କୁହନ୍ତୁ କେତେ ଟଙ୍କା ଆଦାୟ କରିଛନ୍ତି।

Also Read: ନବୀନଙ୍କୁ ସୁରେଶଙ୍କ ଟାର୍ଗେଟ, ଯଦି Gen-Zଙ୍କ କଥା ଭାବିଥାନ୍ତେ, ଆଜି ରାଜ୍ୟରେ ସମସ୍ୟା ନଥାନ୍ତା

୩୭ ହଜାର କୋଟି DMF ଓଡ଼ିଶା ପାଇଲା

କିନ୍ତୁ ଆମ ସରକାର କେନ୍ଦ୍ରରେ ଆସିବା ପରେ ୨୦୧୫ ରୁ MMDR ରିଫର୍ମ ଆରମ୍ଭ ହେଲା। ପୂର୍ବରୁ ଯେତେ ଖଣି ଥିଲା ସେତେବେଳେ କିଛି ପାରିବାରର ଲୋକଙ୍କୁ ଖଣି ଦିଆଯାଉଥିଲା। ହେଲେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଇ-ନିଲାମୀ ମାଧ୍ୟମରେ ଖଣି ଦେବା ଆରମ୍ଭ ହେଲା। ଯାହା ଦ୍ଵାରା ରାଜ୍ୟଗୁଡ଼ିକର ବାର୍ଷିକ ଆୟ ବୃଦ୍ଧି ପାଇଲା। ଦଶ ବର୍ଷରେ ୫ ହଜାରରୁ ୧୫ ହଜାର କୋଟି ବଢ଼ିଲା। ୩୭ ହଜାର କୋଟି DMF ଓଡ଼ିଶା ପାଇଲା। ରୟାଲିଟୀ ୨୦୧୫ ରିଫର୍ମ ପରେ ବଢ଼ାଇଦିଆଗଲା । ଯାହା ଦ୍ଵାରା ଓଡ଼ିଶାକୁ ଅଧିକ ଲାଭ ମିଳିଲା।

MMDR 2026 ଆଇନର ଉଲଂଘନ ହୋଇନି

MMDR 2026 ଆଇନର ମର୍ଯ୍ୟାଦାର ଉଲଂଘନ କରିନାହିଁ। ରାଜ୍ଯକୁ ସୁହାଇଲା ଭଳି ଆଇନ ଆସିବ। ମାଡା କେସ ରେ ଆସୁଥିବା ଜଜମେଣ୍ଟରେ କୁହାଯାଇଛି ଆମେ ପଛକୁ ଯାଇ TAX ସଂଗ୍ରହ କରିବା। ଯାହାର ବାକି ଅଛି ସେମାନେ TAX ଦେବେ। ବିପକ୍ଷ ଦଳ ଭୁଲ କଥା କହିଲେ ଏକ ଲକ୍ଷ କୋଟି ଆମେ ହରାଇବୁ। ହେଲେ ତାର କାରଣ କଣ ? ଓରିସେଟ ଆଇନ ୨୦୦୪ରେ ଆଇନ ଲାଗୁ ହେଲା।୨୦୦୫ରେ ଆଇନକୁ ନେଇ ହାଇକୋର୍ଟ ଷ୍ଟେ କରିଥିଲେ। NALCO କେସ କରିଥିଲା। ୨୦୦୬ ରେ ତତକାଳୀନ ସରକାର SCରେ କେସ କଲେ ତାହା ଏପର୍ଯ୍ୟନ୍ତ ଚାଲିଛି।

Also Read: MMDRକୁ ନେଇ ନବୀନଙ୍କ ରଣହୁଙ୍କାର, କହିଲେ- GenZଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ

AG କଣ କରୁଥଲେ ?

ସେମାନେ ଲିଖିତ ଉତ୍ତର ଦିଅନ୍ତୁ ତାଙ୍କର AG କଣ କରୁଥଲେ ? ୧୮ ବର୍ଷ କେସ କୋର୍ଟରେ କାହିଁକି ଷ୍ଟେ ହୋଇ ରହିଲା। କାହିଁକି ଫ୍ରେମ୍ ୱର୍କ ନାହିଁ ? ଓରିସେଟ୍ ଆଇନ କାହିଁକି କାର୍ଯ୍ୟକାରୀ ହୋଇନାହିଁ? କାରଣ ସରକାର ଲିଗାସି ପାଇଁ ନିଷ୍ପତି ନେଇନଥିଲେ ବୋଲି ପୁରୀ ସାଂସଦ ଶାଣିତ ସ୍ଵରରେ ବିଜେଡିକୁ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବିତଙ୍କ ସହିତ ଦଳର ୪ ସାଂସ ଅପରାଜିତା ଷଡଙ୍ଗୀ, ଅନିତା ଶୁଭଦର୍ଶନୀ, ରବୀନ୍ଦ୍ର ବେହେରା, ବିଭୁ ପ୍ରସାଦ ତରାଇଙ୍କ ଉପସ୍ଥିତି ଥିଲେ।