ଉଦଳା: ଘରେ ନ ପଶୁଣୁ ଚାଳ ବାଜିଲାଣି। ବଦଳି ହୋଇ ଆସିବାର ଦୁଇ ମାସ ହୋଇ ନାହିଁ ବିବାଦରେ ଛନ୍ଦି ହୋଇଛନ୍ତି କପ୍ତିପଦା ଉପଖଣ୍ଡ ପୋଲିସ ଅଧିକାରୀ। ଏସଡିପିଓ ଗୋକୁଳାନନ୍ଦ ସାହୁ ବର୍ଦ୍ଦିର ପାୱାର ଦେଖାଇଛନ୍ତି ଖୋଦ ବିଭାଗୀୟ କର୍ମଚାରୀଙ୍କ ଉପରେ। ନୂତନ ଭାବେ ନିଯୁକ୍ତି ପାଇଥିବା ହୋମଗାର୍ଡମାନଙ୍କୁ ଆଣି ନିଜ ସରକାରୀ କ୍ଵାର୍ଟରର ପଛପାଖରେ କାମ କରାଇଛନ୍ତି।

ସୂଚନା ଅନୁଯାୟୀ, ଏସଡିପିଓ ଗୋକୁଳାନନ୍ଦ ସାହୁ ଖୁଣ୍ଟା ଏବଂ କପ୍ତିପଦା ଥାନାରେ ନିଯୁକ୍ତ ହୋଇଥିବା ନୂତନ ହୋମଗାର୍ଡ ମାନଙ୍କୁ ଫେଟିକ ଡ୍ୟୁଟି କହି ଗଛ କାଟିବା, କୋଦାଳ ଧରି ନାଳ ସଫା କରାଇବା ଏବଂ ବାଲି ବୋହିବା ଭଳି କାମରେ ନିୟୋଜିତ କରିଛନ୍ତି। ଆଉ ଖରାରେ ଏହିଭଳି କାମ କରାଇଛନ୍ତି ଏସଡିପିଓ। ଏପରିକି ଏଭଳି କାମ କରାଇବା ଫେଟିକର କେଉଁ ପାର୍ଟ ବୋଲି ପ୍ରଶ୍ନ କରିଛନ୍ତି ଖୋଦ ହୋମଗାର୍ଡ। ଯାହା ବେନିୟମ ଏବଂ ଏସଡିପିଓ ନିଜ ପଦବୀର ଅପବ୍ୟବହାର କରୁଥିବା କୁହାଯାଉଛି।

Also Read: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ PMO ମାଗିଲା କୈଫତ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଭଳି କାମରେ ନିୟୋଜିତ ହେବାକୁ ନେଇ ଅସନ୍ତୋଷ ବାଢିଛନ୍ତି ହୋମଗାର୍ଡମାନେ। ସେପଟେ ପ୍ରତିକ୍ରିୟା ଦେଇ ନ ଥିଲେ ସୁଦ୍ଧା ଘଟଣାର ତଦନ୍ତ ଜଣେ ଅତିରିକ୍ତ ଏସପିଙ୍କ ଦ୍ୱାରା କରାଇବେ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସପି)। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।