କନ୍ଧମାଳ : କଳିଙ୍ଗା ଘାଟିର ଶେଷ ମୁଣ୍ଡରେ ରହିଛି ଦୁର୍ଗାପ୍ରସାଦ ଗାଁ। ସେହି ସ୍ଥାନରେ ପ୍ରାୟ 20ଟି ଢ଼ାବା ହୋଟେଲ ଶହ ବହୁ ଛୋଟ ଛୋଟ ଦୋକାନ ରହିଛି। ସେଥିପାଇଁ ଅଞ୍ଚଳରେ ସବୁବେଳେ ଗହଳି ଚହଳି ଲାଗି ରୁହେ। କାରଣ ଏହି ସ୍ଥାନରେ ପ୍ରାୟ 100ରୁ ଉର୍ଦ୍ଧ୍ୱ ଯାତ୍ରୀବାହୀ ବସ୍ ଓ ମାଲ୍ ବୋଝେଇ ଗାଡ଼ି ଯାଆସ କରେ । ଆଉ ଯାତ୍ରୀ ଓ ଗାଡ଼ିର କର୍ମଚାରୀମାନେ ଏହି ଢ଼ାବା ହୋଟେଲ ଖାଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି। କିନ୍ତୁ କଳିଙ୍ଗା ଘାଟିରେ ଭୁସ୍ପଳନ ଯୋଗୁ ରାସ୍ତା ଧୋଇ ହେବା ପରେ ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଶ୍ରୀହିନ ହୋଇ ପଡ଼ିଛି।

ବିଶେଷ କରି ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଯୁବକ ଏହି ହୋଟେଲରେ ନିୟୋଜିତ ହୋଇଥିଲେ। ଛୋଟ ଛୋଟ ଦୋକାନ କରି ଏହି ଅଞ୍ଚଳର ଲୋକେ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ କଳିଙ୍ଗା ଘାଟିରେ ଭୁସ୍ପଳନ ପରେ ଏହି ଜାତୀୟ ରାଜପଥରେ ଆଉ ଗୋଟାଏ ବି ଗାଡ଼ି ଯିବା ଆସିବା କରୁନାହାଁନ୍ତି। ପୂରା ଶୁନଶାନ୍ ହୋଇ ପଡ଼ିଛି ଦୁର୍ଗା ପ୍ରସାଦ ଅଞ୍ଚଳ। ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନେ ନିଜ ପ୍ରତିଷ୍ଠାନ ବନ୍ଦ୍ କରି ବାହାରକୁ ଚାଲି ଗଲେଣି। ଆଉ ଯେଉଁ ମାନେ ଦୋକାନରେ କାମ କରୁଥିଲେ , ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେଣି। ଏହିଭଳି ଅଭାବନୀୟ ଘଟଣା ଘଟିଛି ଦୁର୍ଗାପ୍ରସାଦ ଗାଁରେ।

Also Read- Odisha Crime News : କେମିତି ହେଲା ଶୁଭଶ୍ରୀଙ୍କ ମୃତ୍ୟୁ, ମୃତଦେହରେ ପଥର ବାନ୍ଧି ନଈ ମଝିରେ ପରିବାର ଲୋକେ ଫିଙ୍ଗି ଦେଇଥିବା ଅଭିଯୋଗ

ଘାଟିରେ ଯାତାୟାତ ବନ୍ଦ ହୋଇଥିବାରୁ ବ୍ରହ୍ମପୁର, ଭୁବନେଶ୍ୱର, ଭଞ୍ଜନଗରରୁ ଜୟପୁର,ରାୟଗଡ଼ା,ରାଉରକେଲା,କନ୍ଧମାଳ,ରାୟଗଡ଼ା ଆଦି ବିଭିନ୍ନ ସ୍ଥାନକୁ ଯାଉଥିବା ପ୍ରାୟତଃ ଗାଡ଼ି ବନ୍ଦ୍ ହୋଇ ଯାଇଛି। କିଛି ଗାଡ଼ି କୁଲାଡ, ଗ୍ୟାଲେରୀ ଚକାପାଦ ହୋଇ ଟିକାବାଲିରେ ପହଁଚୁଛି ଆଉ କିଛି ଗାଡ଼ି ଦଶପଲ୍ଲା ହୋଇ ଫୁଲବାଣୀରେ ପହଁଚୁଛି। ଏଣୁ ସରକାର ଓ ପ୍ରଶାସନ ଏହାକୁ ହୃଦୟଙ୍ଗମ କରି, ରାସ୍ତା କାମ ମରାମତି କଲେ ବହୁ ଲୋକ ଉପକୃତ ହୋଇପାରିବେ।