କେନ୍ଦ୍ରାପଡ଼ା୨୯/୦୯ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁର ୧୯ବର୍ଷୀୟ ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ଶୁଭଶ୍ରୀଙ୍କ ମୃତ ଦେହ କୂଳରେ ଲାଗିଥିଲା । ଏହି ମୃତଦେହ ସମ୍ପର୍କରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବି ମୃତ ଶୁଭଶ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ବୋଟ୍ ଯୋଗେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ସେଠାରୁ ନିଛାଟିଆ ସ୍ଥାନକୁ ନେଇ ନଦୀ ନଝିରେ ମୃତ ଦେହରେ ପଥର ବାନ୍ଧି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

Also Read- ଦଶମ ଛାତ୍ରୀଙ୍କୁ ପ୍ରପୋଜ୍ କରୁଥିଲେ ଗଣିତ ସାର୍, ପଠାଉଥିଲେ ଖରାପ ମେସେଜ...ଜାଣିଦେଲେ ଦାଦା !

ଘଟଣା ପ୍ରଘଟ ହେବା ପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ବିଳମ୍ବିତ ରାତିରେ ପୋଲିସ ଶୁଭଶ୍ରୀଙ୍କ ପରିବାର,ବୋଟ ଡ୍ରାଇଭରଙ୍କ ସମେତ ୫ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚାର ଉଚୁରା କରୁଛି । ଶୁଭଶ୍ରୀଙ୍କ ମୃତଦେହର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ମୃତ ଦେହର କିନ୍ତୁ ଟେର୍ ପାଉନି ରାଜନଗର ପୋଲିସ । ପ୍ରକୃତରେ ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା,  ମୃତଦେହ କୁଆଡେ ଗଲା । ଅନ୍ୟପଟେ ପରିବାର ଲୋକଙ୍କ ସଂପୃକ୍ତିକୁ  ନେଇ କାହିଁକି ପ୍ରଶ୍ନ ଉଠୁଛି । ପରିବାର ଲୋକେ କଣ ନିଜ ଝିଅକୁ ମାରି ଦେଇଛନ୍ତି । ଏସବୁର ଖିଅ ଖୋଜୁଛି ପୋଲିସ।