ମୁମ୍ବାଇ: କାମ ପାଇଁ ଘରୁ ଧାଇଁ ଆସିଥିଲେ ସହରକୁ। ବାର ଡ୍ୟାନ୍ସର ଭାବେ କାମ କଲେ। ବାରରେ ବିଭିନ୍ନ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସିଲେ। ତା ପରେ ଏମିତି ଏକ କାରବାରରେ ଏଣ୍ଟ୍ରି ମାରିଲେ ଯେ, ସେହି କାମରେ ହୋଇଗଲେ କୁଇନ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମହାରାଷ୍ଟ୍ରର କଲ୍ୟାଣର ଟିଟଓ୍ଵାଲା ଅଞ୍ଚଳରୁ। ଏଠାରେ ଏକ ହାଇପ୍ରୋଫାଇଲ ସୋସାଇଟିର ଏକ ବିଳାସପୂର୍ଣ୍ଣ ଘରୁ କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ପୋଲିସ ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛି। ପ୍ରାରମ୍ଭିକ ତଦନ୍ତ ବେଳେ ଜଣା ପଡ଼ିଛି ଯେ, ମହିଳା ଜଣକ ପ୍ରଥମେ ଡ୍ୟାନ୍ସ ବାରରେ ଡ୍ୟାନ୍ସର ଭାବେ କାମ କରୁଥିଲେ। ହେଲେ ପରେ ସେ ଡ୍ରଗ୍ସ ସପ୍ଲାୟର ପାଲଟିଗଲେ।

ଏହି କାର୍ଯ୍ୟାନୁଷ୍ଠାନ ପରେ ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଡ୍ରଗ୍ସ ନେଟଓ୍ଵର୍କର ଖୁଲାସା ହେବାରେ ଲାଗିଛି। ଖାସ କଥା ଜବତ ଡ୍ରଗ୍ସର ପରିମାଣ ଓ ଏହାର ଗୁଣବତ୍ତା ଦେଖି ପୋଲିସ ବି ତାଜୁବ। ପ୍ରାରମ୍ଭିକ ତଦନ୍ତରେ ଅନ୍ତର୍ଜାତୀୟ କନେକ୍ସନ ଥିବା ଆଶଙ୍କା କରାଯାଉଛି।

ଏ ପଲ୍ ନାମକ ମହିଳା ଗିରଫ

ମୁମ୍ବାଇ ପୋଲିସ ଡ୍ରଗ୍ସ ପାର୍ଟି ମାମଲାରେ ନିଶା ପଦାର୍ଥ ବିରୋଧରେ କଡ଼ା ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ପୋଲିସକୁ ଏହି ସଫଳତା ମିଳିଛି। ପୋଲିସ ଟିଟଓ୍ଵାଲା ସ୍ଥିତ ଏକ ସୋସାଇଟି ଘରେ ଚଢାଉ କରି ପ୍ରାୟ ୫ ହଜାର ଏକ୍ସଟେସି ବଟିକା ଜବତ କରିଛି। ଏହି ସବୁ ବଟିକାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି କୁହା ଯାଉଛି। ମାମଲାରେ ପୋଲିସ ଏ ପଲ୍ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳା ଏହି ପୂରା ନେଟଓ୍ଵର୍କର କିଙ୍ଗପିନ୍ ବୋଲି କୁହାଯାଉଛି।

Also Read: ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ କରି ଚାଲିଲା ସିକ୍ୟୁରିଟି ଗାର୍ଡ, ୫ ମାସର ଗର୍ଭବତୀ ପୀଡ଼ିତା, ଅଭିଯୁକ୍ତ ଫେରାର

ପୂରା ମାମଲାର ଆରମ୍ଭ ସାକିନାକାରେ ହୋଇଥିବା ଚଢାଉରୁ ହୋଇଥିଲା। ପୋଲିସ ସର୍ବପ୍ରଥମେ ୨୦୦ ଏକ୍ସଟେସି ବଟିକା ସହ ଇରଫାନ ଅଂସାରୀଙ୍କୁ ଗିରଫ କରିଥିଲା। ଜେରା ସମୟର ଇରଫାନ ସୁଫିୟାନା ନାମକ ମହିଳାଙ୍କ ନାଁ କହିଥିଲା, ଯିଏ ଏହି ପୂରା ରାରେକଟର ମୁଖ୍ୟ ଥିଲା। ଏହା ପରେ ପୋଲିସ ପୂରା ନେଟଓ୍ଵର୍କର ଛାନଭିନ ଆରମ୍ଭ କରି ଧିରେ ଧିରେ ତଦନ୍ତ ଟିଟଓ୍ଵାଲା ପର୍ଯ୍ୟନ୍ତ ପହଞ୍ଚିଥିଲା।ଜେରା ସମୟରେ ମିଳିଥିବା ସୂଚନା ଆଧାରରେ ପୋଲିସ ଏ ପଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା।

ଅଭିଯୁକ୍ତ ନିକଟରେ ଏମିତି ପହଞ୍ଚିଲା ପୋଲିସ

ପୋଲିସ ଡେପୁଟୀ କମିଶନର ନବନାତ ଢବଲେଙ୍କ ନେତୃତ୍ଵରେ ଲଗାତାର ତିନି ଦିନ ଧରି ପ୍ରମାଣ ଯୋଗାଡ଼ କରି ଚାଲିଲେ। ଲୋକେସନ ଟ୍ରାକିଂ ଓ ସର୍ଭିଲାନ୍ସ ଜରିଆରେ ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ କରିଥିଲା ପୋଲିସ। ଶେଷରେ ପୋଲିସ ଟିଟଓ୍ଵାଲା ସ୍ଥିତ ବାସଭବନ ପର୍ଯ୍ୟନ୍ତ ପହଞ୍ଚିଥିଲା। ଆଉ ଶନିବାର ରାତିରେ ଉକ୍ତ ଘର ଉପରେ ଚଢାଉ କରିଥିଲା। ଘରର ଛାନଭିନ ସମୟରେ ବିପୁଳ ମାତ୍ରାରେ ଡ୍ରଗ୍ସ ମିଳିଥିଲା। ଏହା ଦେଖି ପୋଲିସ ଟିମ୍ ମଧ୍ୟ ଚକିତ ହୋଇ ପଡ଼ିଥିଲା।

ଘରେ ଲୁଚାଇ ରଖିଥିଲେ ବିପୁଳ ଡ୍ରଗ୍ସ 

ମୁଖ୍ୟ କିଙ୍ଗପିନ ମହିଳା ନିଜେ ପୂରା ଦୃଢ ବିଶ୍ଵାସ ଥିଲେ ଯେ, ପୋଲିସ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। ଏହି କାରଣରୁ ସେ ଏତେ ବଡ ଷ୍ଟକ ନିଜ ଘରେ ଲୁଚାଇ ରଖିଥିଲେ। ଜବତ ଏକ୍ସଟେସି ବଟିକା ଉପରେ ମର୍ସିଡିଜ ଓ ଡଲାର ପରି ଚିହ୍ନ ରହିଥିଲା। ଏହା ପୂର୍ବରୁ ନେସ୍କୋ ପାର୍ଟି ମାମଲାରେ ମଧ୍ୟ ଜବତ ବଟିକାରୁ ଏମିତି ଚିହ୍ନ ମିଳିଥିଲା। ଏଥିରୁ ଅନୁମାନ କରାଯାଉଛି ଯେ. ଏହି ରାକେଟର ଲିଙ୍କ୍ ଅନ୍ତର୍ଜାତୀୟ ଡ୍ରଗ୍ସ ସପ୍ଲାୟ ନେଟଓ୍ଵର୍କ ସହ ରହି ଥାଇପାରେ।

Also Read: ହାଏରେ ଏ ପ୍ରେମ, କି ବାୟା କଲା... ୪୦ ବର୍ଷୀୟ ‘ଆଣ୍ଟି’ଙ୍କୁ ନେଇ ୨୦ ବର୍ଷର ଯୁବକ ଫେରାର

ପୋଲିସ ଅଭିଯୁଙ୍କଠାରୁ ୫ ମୋବାଇଲ ଫୋନ ଓ ୭ରୁ ୮ ସିମ୍ କାର୍ଡ ଜବତ କରିଛି। ତଦନ୍ତରୁ ଜଣା ପଡ଼ିଛି ଯେ, ଡ୍ରଗ୍ସ ସପ୍ଲାଏ ପାଇଁ ଅଭିଯୁକ୍ତମାନେ ଅଲଗା ଅଲଗା ନମ୍ବର ବ୍ୟବହାର କରୁଥିଲେ। ଯଦ୍ଵାରା ପୋଲିସକୁ ଟ୍ରାକ କରିବା ମୁସ୍କିଲ ହେବ। ବର୍ତ୍ତମାନ ପୋଲିସ ଏହି ସବୁ ମୋବାଇଲ୍ ଓ ସିମ କାର୍ଡର ତାଟା ଯାଞ୍ଚ କରୁଛି।

ଅଭିଯୁକ୍ତଙ୍କ ପୃଷ୍ଠଭୂମି ବେଶ ରୋଚକ

ସବୁଠୁ ବଡ଼ କଥା ଅଭିଯୁକ୍ତଙ୍କ ପୃଷ୍ଠଭୂମି ବେଶ ରୋଚକ ରହିଛି। ଯାଞ୍ଚରୁ ଜଣା ପଡ଼ିଛି ଯେ, ମହିଳା ଏ ପ ଲ୍ ପ୍ରଥମେ ଡାନ୍ସ ବାରରେ ଡ୍ୟାନ୍ସର ଭାବେ କାମ କରୁଥିଲେ। ହେଲେ ଧିରେ ଧିରେ ଡ୍ରଗ୍ସ ସପ୍ଲାଏ କାମରେ ପାଦ ଦେଇଥିଲେ। ସେ ଦୁଇ ଥର ବିବାହ କରି ସାରିଛନ୍ତି। ତାଙ୍କ ଜଣେ ସ୍ଵାମୀଙ୍କ ଅପରାଧିକ ରେକର୍ଡ ବି ରହିଛି। ପୋଲିସ ଏବେ ମହିଳାଙ୍କ ପୁରୁଣା ସଂପର୍କ ଓ ନେଟଓ୍ଵର୍କର ଛାନଭିନ କରୁଛି। ପୋଲିସର କହିବା କଥା ଏବେ ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ।