ନୂଆଦିଲ୍ଲୀ: ଭାରତ ଏବଂ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳା ଯାଉଛି। ଏହା ପରେ ଶ୍ରୀଲଙ୍କା ଟିମ୍ ଭାରତ ଗସ୍ତରେ ଆସି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଡିସେମ୍ବର ୧୩ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ନେଇ ନିର୍ଦ୍ଧାରିତ ରହିଛି । ତେବେ ଷ୍ଟାଡିୟମରେ ନିର୍ମାଣ କାମ ଚାଲିଥିବାରୁ ଏମିତି ସ୍ଥିତିରେ ମ୍ୟାଚ୍ ଆୟୋଜନ ନେଇ ପ୍ରଶ୍ନ ଉଠିଛି । ଏପରିକି ମ୍ୟାଚ୍ ଅହମ୍ମଦାବାଦ ସ୍ଥାନାନ୍ତର ନେଇ ମଧ୍ୟ ଅନେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଦିଲ୍ଲୀରେ ଦିନିକିଆ ହେବ କି ନାହିଁ ଏସବୁ ପ୍ରଶ୍ନ ଏବଂ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)।

ଏହି କାରଣ ପାଇଁ ଉଠିଛି ମ୍ୟାଚ୍ ସ୍ଥାନାନ୍ତର ଖବର

ବିସିସିଆଇ ସଚିବ ଦେବଜିତ ସାଇକିଆ ଏକ ସଂକ୍ଷିପ୍ତ ବୟାନରେ କହିଛନ୍ତି, ଡିସେମ୍ବର ୧୩ରେ ହେବାକୁ ଥିବା ଏହି ମୁକାବିଲା ଆୟୋଜକ ମାନକ ନୀତି ଆଧାରରେ ଦିଲ୍ଲୀକୁ ଦିଆଯାଇଛି। ଏହାର ଆୟୋଜନ ସ୍ଥଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅହମ୍ମଦାବାଦ ସ୍ଥାନାନ୍ତର କରିବା ନେଇ କୌଣସି ବିଚାର ମଧ୍ୟ ନାହିଁ। ଦ୍ଵିପାକ୍ଷିକ ସିରିଜର ଆୟୋଜନ ସ୍ଥଳର ଆବଣ୍ଟନ ମୁଖ୍ୟତଃ ମାନକ ନୀତି ଆଧାରରେ ହୋଇଥାଏ।

Also Read: ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ: ଅଧିନାୟକ ମିଚେଲ ସାଣ୍ଟନର

ଏହା ପୂର୍ବରୁ ଦାବି କରାଯାଇଥିଲା ଯେ, ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ମ୍ୟାଚ୍ ଅହମ୍ମଦାବାଦ ସ୍ଥାନାନ୍ତର କରାଯାଇଛି। ଉଲ୍ଲେଖନୀୟ ଉକ୍ତ ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ହିଁ ଖେଳାଯିବ। ପ୍ରଥମ ମ୍ୟାଚ୍ ଡିସେମ୍ବର ୧୩ରେ ଦିଲ୍ଲୀରେ ଖେଳାଯିବ। ଶ୍ରୀଲଙ୍କା ଏହି ଗସ୍ତରେ ଦିନିକିଆ ସିରିଜ୍ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଖେଳିବ।

ସିରିଜ୍ କିଏ ଜିତିବ ସିରିଜ୍ କହିବା ମୁସ୍କିଲ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳୁଛି। ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ପ୍ରଥମ ଟି-୨୦ ଭାରତ ଜିତିଥିବା ବେଳେ ଦ୍ଵିତୀୟ ଟି-୨୦ରେ ଓ୍ଵେଷ୍ଟଇଣ୍ଡିଜ ୨୫୦ର ରନ ରନ ଚେଜ୍ କରି ଐତିହାସିକ ବିଜୟ ହାସଲ କରିଛି। ତେବେ ଭାରତ ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟି-୨୦ ଜିତି ଓ୍ଵେଷ୍ଟଇଣ୍ଡିଜର ବଦଲା ନେଇଛି। ତେବେ ଆଗକୁ ଆଉ ଦୁଇଟି ମ୍ୟାଚ୍ ଥିବାରୁ ଏବଂ ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ କିଏ ସିରିଜ୍ ଜିତିବ କହିବା ମୁସ୍କିଲ।

Also Read: ଅଭିଷେକ ଶର୍ମାଙ୍କ ବିଶ୍ବ ରେକର୍ଡ, ସୂର୍ଯ୍ୟକୁମାର ଯାଦବଙ୍କୁ ଟପିଲେ