ନୂଆଦିଲ୍ଲୀ: ପର୍ତ୍ତୁଗାଲ ଦଳରୁ ନିଲମ୍ବିତ ହେବା ପରେ ନିଜେ ନିଜକୁ ପ୍ରଶଂସା କଲେ ପ୍ରସିଦ୍ଧ ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲ୍ଡୋ  । ସେ ନିଜକୁ ଇତିହାସର ସବୁଠାରୁ ମହାନ ଖେଳାଳି ବୋଲି କହିଛନ୍ତି । ସେ ଯେତିକି ଗୋଲ୍ କରିଛନ୍ତି  ସେଥିପାଇଁ ତାଙ୍କୁ ଯେଉଁଭଳି ପ୍ରଶଂସା ମିଳିବା କଥା ମିଳିପାରି ନାହିଁ । ତେବେ ପର୍ତ୍ତୁଗାଲ ଫୁଟବଲ୍‌ ଫେଡେରେସନ୍‌ ଦ୍ବାରା ନିଲମ୍ବିତ ହେବା ପରେ ‘ସିଏନଏନ ପର୍ତ୍ତୁଗାଲ୍‌’କୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ରୋନାଲ୍ଡୋ । 

ମ୍ୟାନେଜର ଜର୍ଜ ଜିସସଙ୍କ ସହ ବିବାଦ ଖବର ପରେ ସେ ଜାତୀୟ ଦଳର କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ । ଏହା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ସିଏନ୍ଏନ୍ ପର୍ତ୍ତୁଗାଲ୍ ପକ୍ଷରୁ ଜାରି ଏକ ଟିଜରରେ, ରୋନାଲ୍ଡୋ ତାଙ୍କ ପ୍ରଦର୍ଶନ ଏବଂ ସଫଳତାକୁ ଲୋକେ କିପରି ଗ୍ରହଣ କରୁଛନ୍ତି, ସେନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ରୋନାଲ୍ଡୋ କହିଛନ୍ତି, ‘ଲୋକମାନେ ମୋର ଗୋଲ୍ ଗୁଡ଼ିକୁ ସେତଟା ପ୍ରଶଂସା କରୁନାହାଁନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଆଉ ୮୫ଟି ଗୋଲ୍ ଦୂରରେ ଅଛି । କିନ୍ତୁ ଭାବୁନି ଯେ, ମୁଁ ପ୍ରକୃତରେ ଏହାକୁ ପସନ୍ଦ କରୁଛି। ଜିନିଷଗୁଡ଼ିକ ପ୍ରାକୃତିକ ଭାବରେ ଘଟିବା ଉଚିତ୍। ଏହା ୯୨୦ ଗୋଲ୍ ହେଉ, ୯୨୫ କିମ୍ବା ୯୩୦ ହେଉ, ମୁଁ ହିଁ ଇତିହାସର ସବୁଠୁ ଶ୍ରେଷ୍ଠ ଖେଳାଳି। ଇତିହାସରେ ସବୁଠୁ ଶ୍ରେଷ୍ଠ କିଏ, ସେନେଇ କୌଣସି ବିତର୍କର ଅବକାଶ ନାହିଁ। ଆପଣଙ୍କୁ କେବଳ ଗୋଲ୍ ସ୍କୋର୍ କରିବାକୁ ପଡ଼ିବ। ସଂଖ୍ୟାଗୁଡ଼ିକ ହିଁ ସବୁକିଛି କହିଦିଏ।’

ରୋନାଲ୍ଡୋ ଆହୁରି କହିଛନ୍ତି, ‘ମୁଁ ଦୀର୍ଘସ୍ଥାୟୀ ଭବିଷ୍ୟତ ବିଷୟରେ ଚିନ୍ତା କରେ ନାହିଁ। ମୋ ପିଲାଙ୍କ ରାଣ ଖାଇ କହୁଛି ଯେ, ମୁଁ ବର୍ତ୍ତମାନ ମୁହୂର୍ତ୍ତରେ ଜୀବନ ବିତାଏ। ଆସନ୍ତା କାଲି କ'ଣ ହେବ ମୁଁ ଜାଣି ନାହିଁ। ମୋର ହୁଏତ କାଲି ସକାଳେ ଖେଳିବାକୁ ଇଚ୍ଛା ହୋଇନପାରେ। ମୁଁ ପ୍ରକୃତରେ ଜାଣି ନାହିଁ।’

ସେପଟେ ରୋନାଲ୍ଡୋଙ୍କ ଏହି ମନ୍ତବ୍ୟ ପରେ, ଫୁଟବଲରେ ତାଙ୍କ ସ୍ଥାନକୁ ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି । 'GOAT' ବା ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଚର୍ଚ୍ଚାରେ ଲିଓନେଲ୍ ମେସି ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ରହିଆସିଛନ୍ତି। ୨୦୨୨ ବିଶ୍ୱକପ୍ ବିଜୟୀ ମେସିଙ୍କ ଦାବି ଅଧିକ ମଜଭୁତ ହେଉଥିବା ବେଳେ, ରୋନାଲ୍ଡୋ ନିଜ କ୍ୟାରିୟରରେ ଗୋଲ୍ ସଂଖ୍ୟା ବୃଦ୍ଧି କରିଚାଲିଛନ୍ତି । ବର୍ତ୍ତମାନ ସେ ୧,୦୦୦ ଗୋଲ୍‌ର ମାଇଲଖୁଣ୍ଟ ଛୁଇଁବା ନିକଟତର ହୋଇପାରିଛନ୍ତି।

ଗୋଲ୍‌ ସଂଖ୍ୟା 
ମୋଟ୍‌ ଗୋଲ୍‌: ଲିଓନେଲ ମେସି- ୯୩୪, ରୋନାଲ୍ଡୋ- ୯୮୦
ଅନ୍ତର୍ଜାତୀୟ ଗୋଲ୍‌: ମେସି- ୧୨୫, ରୋନାଲ୍ଡୋ- ୧୪୬
ଚାମ୍ପିଅନ୍ସ ଲିଗ୍‌ ଗୋଲ୍‌: ମେସି- ୧୨୯, ରୋନାଲ୍ଡୋ- ୧୪୦
ବିଶ୍ବକପ୍‌ ଟାଇଟଲ୍‌: ମେସି- ୧, ରୋନାଲ୍ଡୋ- ୦
ବିଶ୍ବକପ୍‌ ନକଆଉଟ୍‌ ଗୋଲ୍‌: ମେସି- ୭, ରୋନାଲ୍ଡେ- ୧