ଓ୍ବାଶିଂଟନ: ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀ ଏବଂ ମାନବ ଚାଲାଣର ବଡ଼ ଲିଡର ଜେଫ୍ରି ଏପଷ୍ଟିନଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ବିଶ୍ୱର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରଖିଥିବା ଏହି ଧନୀ ଆର୍ଥିକ ବ୍ୟବସାୟୀ ଜେନେଟିକ୍ ଇଞ୍ଜିନିୟରିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରି ମଣିଷର ଏକ ସୁପର-ରେସ୍ ସୃଷ୍ଟି କରିବାକୁ ଯୋଜନା କରିଥିଲେ। ନ୍ୟୁୟର୍କ ଟାଇମ୍ସ ଏପଷ୍ଟିନଙ୍କ ଯୋଜନା ବିଷୟରେ ରିପୋର୍ଟ କରିଛି । ଏପଷ୍ଟିନ ଏହି ଚିନ୍ତାଧାରାଗୁଡ଼ିକୁ ବୈଜ୍ଞାନିକ ଏବଂ ବ୍ୟବସାୟିକ ବ୍ୟକ୍ତିତ୍ୱଙ୍କ ସହିତ ବହୁ ବର୍ଷ ଧରି ଆଲୋଚନା କରିଥିଲେ।

ରିପୋର୍ଟ ଅନୁଯାୟୀ, ଏପଷ୍ଟିନ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରିବାକୁ ଯୋଜନା କରିଥିଲେ। ଏନେଇ ଏପଷ୍ଟିନ ୨୦୦୦ ମସିହାରେ ପରିକଳ୍ପନା ଆରମ୍ଭ କରିଥିଲେ । ୨୦୦୮ରେ ଏପଷ୍ଟିନଙ୍କୁ ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ପରେ ସେ ନିଜର ସମ୍ପତ୍ତି ନ୍ୟୁ ମେକ୍ସିକୋରେ ଜୋରୋ ରାଞ୍ଚକୁ ତାଙ୍କର ଯୋଜନାର ପ୍ରୟୋଗଶାଳା କରିବା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ ।

ସାଣ୍ଟା ଫେ ବାହାରେ ଅବସ୍ଥିତ ଏହି ଜୋରୋ ରାଞ୍ଚ । ଏପଷ୍ଟିନଙ୍କ କୁଖ୍ୟାତ ସ୍ଥାନଗୁଡ଼ିକ ମଧ୍ୟରୁ ଏହା ଗୋଟିଏ । ରିପୋର୍ଟରେ କୁହାଯାଇଛି ଯେ, ଏପଷ୍ଟିନଙ୍କ ଏହି ଯୋଜନା କଳ୍ପନା ବାହାରେ ଥିଲା । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏପଷ୍ଟିନ, ବୈଜ୍ଞାନିକ ଏବଂ ବ୍ୟବସାୟୀମାନଙ୍କୁ ତାଙ୍କର ଯୋଜନା ବିଷୟରେ କହିଥିଲେ।ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଏପଷ୍ଟିନ ଦଲିଲଗୁଡ଼ିକରୁ ଜଣାପଡିଛି ଯେ, ପୂର୍ବତନ ଫାଇନାନ୍ସର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ପାଇଁ ରାତ୍ରୀଭୋଜନ, ମଧ୍ୟାହ୍ନ ଭୋଜନ ଏବଂ ସମ୍ମିଳନୀ ଆୟୋଜନ କରିଥିଲେ। ଯୋଗ ଦେଇଥିବା ଲୋକଙ୍କ ମଧ୍ୟରେ ଷ୍ଟିଫେନ ହକିଙ୍ଗଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ମଧ୍ୟ ଥିଲେ। ତାଙ୍କ ସମ୍ପର୍କ ମଧ୍ୟରେ ଜର୍ଜ ଚର୍ଚ୍ଚ, ମୁରେ ଗେଲ୍-ମାନ, ଷ୍ଟିଫେନ ଜେ ଗୋଲ୍ଡ, ଅଲିଭର ସାକ୍ସ ଏବଂ ଫ୍ରାଙ୍କ ୱିଲଜେକ୍ ସାମିଲ ଥିଲେ।

ଏପଷ୍ଟିନଙ୍କ ଯୋଜନା କ’ଣ ଥିଲା ?

-ଯୋଜନା ଅନୁସାରେ, ଏପଷ୍ଟିନ୍ ତାଙ୍କର ନ୍ୟୁ ମେକ୍ସିକୋ ରାଞ୍ଚକୁ ଏକ ଆଧାର ଭାବରେ ବ୍ୟବହାର କରିଥାନ୍ତେ ।

-ଏହି ସ୍ଥାନରେ, ମହିଳାମାନେ ତାଙ୍କ ଶୁକ୍ରାଣୁରେ ଗର୍ଭବତୀ ହେବା ସହ ତାଙ୍କ ସନ୍ତାନମାନଙ୍କୁ ଜନ୍ମ ଦେଇଥାନ୍ତେ ।

-ଏକାଥରେ ୨୦ ଜଣ ମହିଳାଙ୍କୁ ଗର୍ଭବତୀ କରିବାକୁ ଏପଷ୍ଟିନଙ୍କ ଲକ୍ଷ୍ୟ ଥିଲା ।