ନୀଳଗିରି ୧୩।୯: ନୀଳଗିରି ସଜନାଗଡ଼ ଅଞ୍ଚଳରେ ଆଦିବାସୀ ମେଳି । ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ଦଣ୍ଡିତ କରିଛନ୍ତି । ୩୦ ହଜାର ଟଙ୍କା ଜରିମାନା କରାଯାଇଛି । ବୃଦ୍ଧ ଟଙ୍କା ଦେଇ ନପାରିବାରୁ ମୋଟର ସାଇକେଲ ବନ୍ଧା ଦେଇଛନ୍ତି । ଏପରିକି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଭାଲୁକାଶୁଣି ଗ୍ରାମରେ ଦେଖିବାକୁ ମିଳିଛି ।

Also Read:- ଗୁରୁ ନାଁରେ କଳଙ୍କ: ଦଶମ ଶ୍ରେଣୀ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରିନ୍ସିପାଲ୍ ଗିରଫ

ବୃଦ୍ଧ ଦୋକାନ ଘରୁ ଏକ ପାଣିଟାଙ୍କି ଓ କିଛି ସାମଗ୍ରୀ ଗ୍ରାମବାସୀ ପାଇଥିଲେ । ଏହା ଚୋରି ସାମଗ୍ରୀ ଅଭିଯୋଗ କରିଥିଲେ । ଗ୍ରାମବାସୀ ଚୋରି ଜିନିଷ ଧରାପିଡ଼ିଛି କହି ଗାଁରେ ବୈଠକ କରିଥିଲେ । ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଡକାଇ ଲକ୍ଷେ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ଏତେ ଟଙ୍କା ଦେଇ ପାରିବେନି କହି ବୃଦ୍ଧ ଜଣଙ୍କ ନେହୁରା ହୋଇଥିଲେ । ଶେଷରେ ୩୦ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା । ଟଙ୍କା ଦେବାକୁ ଅକ୍ଷମ ହେବାରୁ ତାଙ୍କ ମୋଟର ସାଇକେଲ ବନ୍ଧା ଦେଇଥିଲେ । ତେବେ ଘଟଣା ଆଜି ଥାନାରେ ପହଞ୍ଚିଛି । ବୃଦ୍ଧ ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ କରିଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି ।