ନୂଆଦିଲ୍ଲୀ: ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍ ଟେଷ୍ଟ କ୍ରିକେଟ୍ରେ ପୁଣି ଥରେ ନିଜ ନାମରେ ଏକ ବିରଳ ତଥା ଐତିହାସିକ ରେକର୍ଡ ଯୋଡ଼ିଛନ୍ତି। ଟେଷ୍ଟ କ୍ରିକେଟ୍ର ୪ର୍ଥ ଇନିଂସରେ ୨୦୦୦ ରନ୍ ସଂଗ୍ରହ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର ହେବାର ଗୌରବ ହାସଲ କରିଛନ୍ତି।

ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ଏକ ମ୍ୟାଚରେ ବ୍ୟାଟିଂ କରିବା ସମୟରେ ରୁଟ୍ ଏହି ବଡ଼ ମାଇଲଖୁଣ୍ଟ ଛୁଇଁଛନ୍ତି। ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ବ୍ୟାଟିଂ କରିବା ସବୁବେଳେ କଷ୍ଟକର ମନେକରାଯାଏ, କାରଣ ପିଚର ସ୍ଥିତି ଖରାପ ହେବା ସହ ସ୍ପିନରଙ୍କୁ ଅଧିକ ସହାୟତା ମିଳିଥାଏ। ଏପରି ଜଟିଳ ପରିସ୍ଥିତିରେ ମଧ୍ୟ ରୁଟ୍ ଚମତ୍କାର ବ୍ୟାଟିଂ କୌଶଳ ବଳରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି।

Also Read: ପାକିସ୍ତାନ କୋଚ୍ ଭାରତୀୟ ଏଜେଣ୍ଟ୍ ! ପଠାଉଛନ୍ତି ସିକ୍ରେଟ୍ ତଥ୍ୟ : ପାକ୍ କ୍ରିକେଟରେ ନୂଆ ଡ୍ରାମା

ପଛରେ ପଡ଼ିଲେ ବଡ଼ ବଡ଼ ଖେଳାଳି

ଜୋ ରୁଟଙ୍କ ପୂର୍ବରୁ ଟେଷ୍ଟର ୪ର୍ଥ ଇନିଂସରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥଙ୍କ ନାମରେ ଥିଲା। ସ୍ମିଥ୍ ୪ର୍ଥ ଇନିଂସରେ ୧୬୧୧ ରନ୍ ସଂଗ୍ରହ କରିଥିଲେ। ସେହିପରି ଇଂଲଣ୍ଡର ପୂର୍ବତନ ଓପନର ଆଲିଷ୍ଟର କୁକ୍ (୧୬୧୧ ରନ୍) ଏବଂ ୱେଷ୍ଟଇଣ୍ଡିଜର ଶିବନାରାୟଣ ଚନ୍ଦରପଲ୍ (୧୫୮୦ ରନ୍) ମଧ୍ୟ ଏହି ତାଲିକାରେ ପଛରେ ରହିଛନ୍ତି।

ରୁଟଙ୍କ ଚମତ୍କାର ଫର୍ମ

ବର୍ତ୍ତମାନର ସମୟରେ ଜୋ ରୁଟ୍ ଟେଷ୍ଟ କ୍ରିକେଟ୍ରେ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ ବଡ଼ ରେକର୍ଡ ନିଜ ନାମରେ କରିଚାଲିଛନ୍ତି। ଟେଷ୍ଟ କ୍ରିକେଟ୍ରେ ସବୁଠାରୁ ଅଧିକ ରନ୍ ସଂଗ୍ରହକାରୀ ବ୍ୟାଟରଙ୍କ ତାଲିକାରେ ମଧ୍ୟ ସେ ଦ୍ରୁତ ଗତିରେ ଉପରକୁ ଉଠୁଛନ୍ତି। ଏହା ପୂର୍ବରୁ ସେ ନିକଟରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ସେ ସଚିନ ତେନ୍ଦୁଲକରଙ୍କ(୬୮) ଅର୍ଦ୍ଧଶତକକୁ ପଛରେ ପକାଇ ଇତିହାସ ରଚିଛନ୍ତି।