ଭୁବନେଶ୍ବର ୧୩।୯: ଆସ୍କା ବିଧାୟକ ସରୋଜ ପାଢୀଙ୍କୁ ଟାର୍ଗେଟ୍ କଲା ବିଜେଡି । ମହିଳା ସରପଞ୍ଚ ଜୟନ୍ତୀ ବେହେରାଙ୍କ ସହ ବିଧାୟକଙ୍କ ପୁଅ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଡିଓ, ବିଧାୟକ ଓ ତାଙ୍କ ଦୁଇ ପୁଅଙ୍କୁ ବିଜେଡି ଟାର୍ଗେଟ୍ କରିଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଜୟନ୍ତୀ ବେହେରା ଜଣେ ମହିଳା ସରପଞ୍ଚ । ସମିତି ବୈଠକରେ ବିଧାୟକ, ସାଂସଦ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦିଅନ୍ତି । ସମିତି ବୈଠକରେ ବିଧାୟକ ଯେବେ ଯାଉଛନ୍ତି ତାଙ୍କ ଦୁଇ ପୁଅଙ୍କୁ ନେଇକି ଯାଇଛନ୍ତି । ୧୭ ମାସ ଧରି ସେ ବ୍ଲକରେ ବୈଠକ ହୋଇନଥିଲା । ବିଧାୟକ ଅନୁମତି ଦେଇନଥିବା କାରଣରୁ ବିଡିଓ ବୈଠକ ଡାକୁନାହାନ୍ତି । ପଞ୍ଚାୟତ ସମିତି ବୈଠକ ସରପଞ୍ଚ ଓ ସମିତି ସଭ୍ୟାଙ୍କର । ସେଥିପାଇଁ ଜଣେ ମହିଳା ସରପଞ୍ଚ ନିଜ ସମସ୍ୟା କହୁଥିବା ବେଳେ ବିଧାୟକ ସରୋଜ ପାଢ଼ୀଙ୍କର ପୁଅ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ସମିତି ବୈଠକକୁ ଦଳୀୟ କାର୍ଯ୍ୟାଳୟ ଭାବିଛନ୍ତି । ବିଧାୟକ କହୁଛନ୍ତି ତାଙ୍କ ପୁଅ ତାଙ୍କ ନୋମିନି ବୋଲି । ହେଲେ ଯଦି ବିଧାୟକ ନିଜେ ଉପସ୍ଥିତ ଅଛନ୍ତି ତେବେ ନୋମିନିର କ’ଣ ଆବଶ୍ୟକ । ଚାମେଲି ଓଝାଙ୍କ କ୍ଷେତ୍ରରେ କ’ଣ ହେଲା ସମସ୍ତେ ଦେଖିଲେ । ଯେତେବେଳେ ଜଣେ ମହିଳା ସ୍ୱର ଉତ୍ତୋଳନ କରୁଛି ସେତେବେଳେ ବିଧାୟକ ଓ ବିଜେପିକୁ ଅସୁବିଧା ହେଉଛି । ଓଡ଼ିଶାରେ ଖଣି, ପାଣି, ଜମି, ଜଙ୍ଗଲ ସବୁ ଲୁଟ୍ ଚାଲିଛି । ଏବେ ସରପଞ୍ଚଙ୍କ କ୍ଷମତା ଲୁଟ୍ କରୁଛନ୍ତି । ବିଡିଓ ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ । ବିଡିଓ ବିଧାୟକଙ୍କ ଇଙ୍ଗିତରେ କାମ କରୁଛନ୍ତି ବୋଲି ସୁଲତା ଦେଓ କହିଛନ୍ତି ।

Also Read:- ଗୁରୁ ନାଁରେ କଳଙ୍କ: ଦଶମ ଶ୍ରେଣୀ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରିନ୍ସିପାଲ୍ ଗିରଫ

ସରପଞ୍ଚ ଜୟନ୍ତୀ ବେହେରା କହିଛନ୍ତି, ୧୬ ମାସ ପରେ ସମିତି ବୈଠକ ହେଲା । ବିଡିଓ ଚେୟାରମ୍ୟାନଙ୍କୁ ବାରମ୍ବାର ଜଣେଇଥିଲୁ ସମିତି ବୈଠକ ପାଇଁ । ହେଲେ ହେଉନଥିଲା । ୧୬ ମାସ ପରେ ବୈଠକ ହେଲା । ବୈଠକରେ ପଚାରିଲେ କେଉଁ ବିଲ୍ ପେଣ୍ଡିଙ୍ଗ ଅଛି । ମୁଁ କହିଲି ପଂଚାୟତରେ ସମସ୍ତ ସମସ୍ୟା ବିଷୟରେ ଅବଗତ କରେଇଲି । ସେହି ସମୟରେ ବିଧାୟକଙ୍କ ଦୁଇ ପୁଅ ଓ ତାଙ୍କ ଗୁଣ୍ଡା କବାଟ ଧସେଇ ପଶି ମୋତେ ଅଶ୍ଳୀଳ ଭାଷାରେ ଗଳି ଗୁଲଜ କରି ତୋର ବିଲ୍ କ’ଣ ପାସ୍ ହେବ ବୋଲି କହିଲେ । ଦୁର୍ବ୍ୟବହାର କରି ଫଲ୍ସ ବିଲ୍ ଦେଉଛି ବୋଲି କହିଲେ । ମୋ ଚରିତ୍ର ଉପରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ମୋତେ ନ୍ୟାୟ ଦରକାର । ମୋତେ ନ୍ୟାୟ ନମିଳିଲେ ମୁଁ ଧାରଣା ଦେବି ବୋଲି ଜୟନ୍ତୀ କହିଛନ୍ତି ।

Watch Video: