ଭଞ୍ଜନଗର ୦୫।୧୧ : ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ ହତ୍ୟା ।  ଅନ୍ଧବିଶ୍ୱାସର କରୁଣ ପରିଣତି । ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ଭଞ୍ଜନଗର ତାରାସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗୌଡ଼ ସାହିରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ତ୍ରିନାଥ ଗୌଡ଼ । ତେବେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଅନ୍ଧବିଶ୍ୱାସରୁ ରକ୍ତାକ୍ତ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା । ଭଞ୍ଜନଗର ତାରାସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗୌଡ଼ ସାହିରେ ଏହି ଘଟଣା ଘଟିଛି । ମୃତକ ତ୍ରିନାଥ ଗୌଡ଼ । ସେ ସାହିରେ ଥିବା ଏକ ଚାଳ ଛପର ଘରେ ଏକୁଟିଆ ରହୁଥିଲେ । ତାଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ତେବେ ହତ୍ୟା ପଛର ପ୍ରକୃତ କାରଣ ଏବଂ କିଏ ଏହି ହତ୍ୟାକାଣ୍ଡ ଘଟାଇଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି।

Also Read:-ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ବଡ଼ ସହାୟତା ଦାବି, କେନ୍ଦ୍ରୀୟ ଟିମ୍ ଆଗରେ ଓଡ଼ିଶା ରଖିଲା ୧୨,୫୨୬ କୋଟିର ପ୍ରସ୍ତାବ

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ ଦେଓଙ୍କ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା ହୋଇଥିବା ଆଶଙ୍କା କରି ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହର ଯାଞ୍ଚ କରାଯିବ ଏବଂ ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି । ଏହି ହତ୍ୟାକାଣ୍ଡ ପଛରେ କିଏ ଏବଂ କ'ଣ ରହିଛି ପ୍ରକୃତ କାରଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।