ବ୍ରହ୍ମପୁର ୦୯।୧୦ : SI ପରୀକ୍ଷା କେଳେଙ୍କାରୀ ମାମଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ସକାଳୁ ସକାଳୁ ବାଙ୍କୀରେ ଚଢାଉ ହୋଇଥିବା ବେଳେ ଏବେ ବ୍ରହ୍ମପୁର ମଧ୍ୟ ଚାଲିଛି ରେଡ୍ । ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ୬ ଜଣିଆ ଟିମ୍ ପକ୍ଷରୁ ଚାଲିଛି ଚଢାଉ ।

ବହୁଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି କେଳେଙ୍କାରୀ ମାମଲା। ଆକ୍ସନମାଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED । ଶୁକ୍ରବାର ସକାଳୁ ସକାଳୁ ବିଭିନ୍ନ ଅଭିଯୁକ୍ତଙ୍କ ଭିନ୍ନ ଭିନ୍ନ ଠିକଣାରେ କରୁଛି ରେଡ୍‌ । ଏହିକ୍ରମରେ ମୁନ୍ନା ମହାନ୍ତି ନାଁ ମଧ୍ୟ ସାମିଲ ରହିଛି । ଶୁକ୍ରବାର ସକାଳୁ ବାଙ୍କୀ ସ୍ଥିତ ମୁନ୍ନା ମହାନ୍ତି ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ । ଆଉ ଏବେ ଆଉ ଜଣେ ଅଭିଯୁକ୍ତଙ୍କ ଘରେ ଚାଲିଛି ଚଢାଉ । ବ୍ରହ୍ମପୁର ସ୍ଥିତ ଶଙ୍କର ପୃଷ୍ଟିଙ୍କ ଘରେ ଛାନ୍‌ଭିନ୍‌ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 

Also Read:-SI Exam Scam : ମୁନ୍ନା ମହାନ୍ତି ଘରେ ED ରେଡ୍‌, ୯ଟି ସ୍ଥାନରେ ଚାଲିଛି ଚଢାଉ

ମୁନା ମହାନ୍ତିଙ୍କ ସହ ‘ପଞ୍ଚ୍ ସଫ୍ଟ୍ଟ’ କମ୍ପାନୀର ଶଙ୍କର ପୃଷ୍ଟି ଏବଂ ‘ସିଲିକନ୍ ଟେକ୍’ର ସୁରେଶ ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଛାନଭିନ୍ ଚାଲିଛି। ପୂର୍ବରୁ ଏହି ଦୁର୍ନୀତିର ତଦନ୍ତ CBI କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିସାରିଛି। ତଦନ୍ତରୁ ଏହି ପରୀକ୍ଷା ସ୍କାମ ପଛରେ କୋଟି କୋଟି ଟଙ୍କାର ଅବୈଧ କାରବାର ଓ ଆର୍ଥିକ ହେରଫେର ହୋଇଥିବା ପ୍ରମାଣ ମିଳିଛି। ଆଇଟିଆଇ ଲିମିଟେଡ୍ ଠାରୁ ବିଭିନ୍ନ ସବ୍-କଣ୍ଟ୍ରାକ୍ଟର ମାଧ୍ୟମରେ ପରୀକ୍ଷା ପରିଚାଳନା ଦାୟିତ୍ୱ ନେବା ସହ ପ୍ରଶ୍ନପତ୍ର ଲିକ୍ ଓ ପ୍ରାର୍ଥୀଙ୍କଠାରୁ ଅର୍ଥ ଆଦାୟ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ଏହି କଳାଟଙ୍କାର ସୂତ୍ର ଖୋଜିବା ଏବଂ ବେଆଇନ ସମ୍ପତ୍ତିର ଆକଳନ ପାଇଁ ଇଡି ସର୍ଚ୍ଚ ଅପରେସନ୍ ଚଳାଇଛି।