ବାଙ୍କୀ ୦୯।୧୦ : ବହୁଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି କେଳେଙ୍କାରୀ ମାମଲାରେ ED ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଟକ ଜିଲ୍ଲା ବାଙ୍କୀ କଳାପଥର ସ୍ଥିତ ପୈତୃକ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦଲାଲ ମୁନା ମହାନ୍ତିଙ୍କ ସହ ‘ପଞ୍ଚ୍ ସଫ୍ଟ୍ଟ’ କମ୍ପାନୀର ଶଙ୍କର ପୃଷ୍ଟି ଏବଂ ‘ସିଲିକନ୍ ଟେକ୍’ର ସୁରେଶ ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଛାନଭିନ୍ ଚାଲିଛି। ପୂର୍ବରୁ ଏହି ଦୁର୍ନୀତିର ତଦନ୍ତ CBI କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିସାରିଛି। ତଦନ୍ତରୁ ଏହି ପରୀକ୍ଷା ସ୍କାମ ପଛରେ କୋଟି କୋଟି ଟଙ୍କାର ଅବୈଧ କାରବାର ଓ ଆର୍ଥିକ ହେରଫେର ହୋଇଥିବା ପ୍ରମାଣ ମିଳିଛି। ଆଇଟିଆଇ ଲିମିଟେଡ୍ ଠାରୁ ବିଭିନ୍ନ ସବ୍-କଣ୍ଟ୍ରାକ୍ଟର ମାଧ୍ୟମରେ ପରୀକ୍ଷା ପରିଚାଳନା ଦାୟିତ୍ୱ ନେବା ସହ ପ୍ରଶ୍ନପତ୍ର ଲିକ୍ ଓ ପ୍ରାର୍ଥୀଙ୍କଠାରୁ ଅର୍ଥ ଆଦାୟ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ଏହି କଳାଟଙ୍କାର ସୂତ୍ର ଖୋଜିବା ଏବଂ ବେଆଇନ ସମ୍ପତ୍ତିର ଆକଳନ ପାଇଁ ଇଡି ସର୍ଚ୍ଚ ଅପରେସନ୍ ଚଳାଇଛି।

Also Read:-Vigilance Raid: ସକାଳୁ ସକାଳୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ, ୮ଟି ଠିକଣାରେ ଚାଲିଛି ଚଢାଉ