ଉଦଳା ୦୪।୧୧ : ମୟୁରଭଞ୍ଜରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍‌ । ମନି ଲଣ୍ଡରିଂ ଏବଂ ବେଆଇନ ଅର୍ଥ କାରବାର ଅଭିଯୋଗରେ ଚଢ଼ାଉ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ଏକାଧିକ ସ୍ଥାନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, କଲିକତାର ଏକ ଟ୍ରେଡିଙ୍ଗ କମ୍ପାନୀର ଓଡିଶା ମୁଖ୍ୟ ସାଜିଥିବା ଈଶ୍ୱର ବିନ୍ଧାଣୀଙ୍କ ଘରେ ଇଡି ରେଡ୍ । ମୟୂରଭଂଜ କପ୍ତିପଦା ଥାନା ବିଶୋଳ ଗାଁରେ ଚାଲିଛି ଚଢ଼ାଉ। ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦେଶାଳୟର ଏକ ୩ ଜଣିଆ ଟିମ, ଦୁଇ ଜଣ ବ୍ୟାଙ୍କ ଅଧିକାରୀଙ୍କ ସହ ପୋଲିସର ମିଳିତ ଚଢ଼ାଉ ଚାଲିଛି। କଲିକତାର ଏକ ଟ୍ରେଡିଙ୍ଗ କମ୍ପାନୀର ଓଡିଶା ମୁଖ୍ୟ ସାଜି ଈଶ୍ୱର ବିନ୍ଧାଣୀ ମୟୁରଭଞ୍ଜ, କଟକ, ଭୁବନେଶ୍ୱର, ଜଗତସିଂହପୁର ଭଳି ବିଭିନ୍ନ ଅଞ୍ଚଳର ଲୋକଙ୍କ ଠାରୁ ପ୍ରାୟ ୭୦ କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଇଛନ୍ତି। ଯାହା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଆଜି ଇଡି ଚଢ଼ାଉ ଜାରି ରଖିଛି।

Also Read:-ରେଳ ଲାଇନରେ ବିସ୍ଫୋରଣ : ଟ୍ରେନ୍ ଉଡ଼ାଇବାକୁ ହୋଇଥିଲା ପ୍ଲାନ୍, ଟଳିଲା ବଡ଼ ଅଘଟଣ

ତେବେ ଏହି ଚଢ଼ାଉରେ କେଉଁ କେଉଁ କାଗଜପତ୍ର, ବ୍ୟାଙ୍କ ଦସ୍ତାବିଜ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି, ସେନେଇ ଅଧିକାରିକ ତଥ୍ୟ ଏବେ ସୁଦ୍ଧା ମିଳିନାହିଁ।