ନୀଳଗିରି ୦୪।୧୧ : ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଲା କୁଳଡିହା ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲି ଉପଭୋଗ କରିବେ ପର୍ଯ୍ୟଟକ ।

ନୀଳଗିରି ଉପଖଣ୍ଡ ଅଧୀନ କୁଳଡ଼ିହା ଅଭୟାରଣ୍ୟ ବର୍ଷାଋତୁ ପାଇଁ ଜୁନ ୧୫ରୁ ବନ୍ଦ ରହିଥିଲା । ପର୍ଯ୍ୟଟକମାନେ ପ୍ରାକୃତିକ ଶୋଭାରାଜି, ବୋଟିଂ, ବିଭିନ୍ନ ବନ୍ୟଜନ୍ତୁ ସାଙ୍ଗକୁ ଜଙ୍ଗଲୀ ପରିବେଶରେ ରାତ୍ରି ରହଣୀର ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଣ ପାହାଡ଼ ଘେରା କୁଲଡିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଜ୍ରକାପ୍ତା, ମୟୂର ,ବେଲେରା ମୂଷା, କୁଟାରୀ, ଜଙ୍ଗଲୀ କୁକୁଡା ଓ ଅନ୍ୟ ବନ୍ୟପ୍ରାଣୀ ସାଙ୍ଗକୁ ବିଭିନ୍ନ ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥାଏ ।

Also Read:-ମହାରାଷ୍ଟ୍ରରୁ ଛତିଶଗଡ଼, ଆନ୍ଧ୍ର ଦେଇ ଓଡ଼ିଶାରେ ମହାବଳ, ମୋଟୁବାସୀଙ୍କୁ ସତର୍କ ସୂଚନା

ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି। ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଆଜି ଗୋହିରାଭୋଳ ଗେଟ ନିକଟରେ ବନବିଭାଗ ତରଫରୁ ଉଦଘାଟନ ଉତ୍ସବ ସହ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ,ଡିଏଫଓ,ଏସିଏଫ ଯୋଗଦେବେ ।