ନୂଆଦିଲ୍ଲୀ,୦୩/୦୮:ଭୂମିକମ୍ପରେ ଥରିଲା ଇଜିପ୍ଟ । ସୋମବାର ଇଜିପ୍ଟର ସୁଏଜ ସହରରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ବୋଲି ଜଣାପଡିଛି । ଝଟକା ଲାଗିଲା ପରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିବା ନଜର ଆସିଛି ।

ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା । ଝଟକା ପରେ କେହି ମୃତାହତ ହୋଇଥିବା ଖବର ଆସିନି । କିନ୍ତୁ ବିଭିନ୍ନ ସ୍ଥାନରେ ଝଟକା ଲାଗିବାର ଭିଡିଓ ଭାଇରାଲ ହେଉଛି । ଇଜିପ୍ଟ ସରକାର ସମସ୍ତ ବିଭାଗକୁ ସଜାଗ ରହିବାକୁ କହିଛନ୍ତି । ସରକାରୀ ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Also Read :- ଅସମ୍ଭବକୁ ସମ୍ଭବ କଲେ ବୈଜ୍ଞାନିକ : ଗୋଟିଏ ଫଟୋରେ ୫ ଲକ୍ଷ ଗ୍ୟାଲେକ୍ସି ଏବଂ ୫୦ ହଜାର ତାରା !

ସୁଏଜର ସ୍ଥାନୀୟ ପ୍ରଶାସନ କହିଛି ଯେ, ଜନସାଧାରଣ କୋଠାଘରରୁ ଦୂରରେ ରୁହନ୍ତୁ । ଭୂମିକମ୍ପ ଦ୍ୱାରା ବିଭିନ୍ନ ଘରେ ଫାଟ ସୃଷ୍ଟି ହୋଇପାରେ । ଯାହା ବଡ ଧରଣର ବିପଦ ଆଣିପାରେ । ତେଣୁ ସତର୍କ ରହିବାକୁ କୁହାଯାଇଛି । ଖାଲି ଇଜିପ୍ଟ ନୁହେଁ, ସିରିୟା, ଲେବାନନ୍, ଇସ୍ରାଏଲରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଛି । ଏସବୁ ଦେଶରେ କେତେ ତୀବ୍ରତାର ଝଟକା ଲାଗିଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂତନାଯୋଗ୍ୟ, ଗତ କିଛି ଦିନ ଧରି ବିଭିନ୍ନ ଦେଶରେ ଭୂମିକମ୍ପ ଘଟଣା ବୃଦ୍ଧି ପାଇଛି । ଗତ ସପ୍ତାହରେ ଜାପାନରେ ଝଟକା ଲାଗିଥିଲା । ରବିବାର ଦିଲ୍ଲୀ ମଧ୍ୟ ଭୂକମ୍ପର ଝଟକାରେ ଥରି ଉଠିଥିଲା ।