ନୂଆଦିଲ୍ଲୀ,୦୩/୦୮ଗୋଟିଏ ଫଟୋରେ ୫ ଲକ୍ଷରୁ ଅଧିକ ଗ୍ୟାଲେକ୍ସି (ଛାୟାପଥ)ଏବଂ ୫୦ ହଜାରରୁ ଉର୍ଦ୍ଧ୍ୱ ତାରା । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ବାରା ଏହା ସମ୍ଭବ ହୋଇଛି। ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ଵାରା ନିର୍ମିତ ବିଶ୍ଵର ସବୁଠୁ ବଡ଼ ଡିଜିଗଲ କ୍ୟାମେରା ଥରକରେ ହିଁ ଅଦ୍ୟାବଧିର ସବୁଠୁ ସ୍ପଷ୍ଟ ଏବଂ ଗଭୀର ଦୃଶ୍ୟ ଦୁନିଆ ସାମନାକୁ ଆଣିଛନ୍ତି। ଚିଲିରେ ଥିବା ଆମେରିକୀୟ ଭେରା ସି. ରୁବିନ୍ ଅବଜରଭେଟୋରୀ ଜରିଆରେ ବୈଜ୍ଞାନିକମାନେ ମହାକାଶର ଏକ ସ୍ବତନ୍ତ୍ର ଭାଗର ଫ୍ରେମ କଏଦ କରିଛନ୍ତି। ଏହି ଫ୍ରେମ ବନାଇବା ଲାଗି ସବୁଠୁ ବଡ଼ ଡିଜିଟାଲ କ୍ୟାମେରା ଲକ୍ଷ ଲକ୍ଷ ଗ୍ୟାଲେକ୍ସି ଏବଂ ହଜାର ହଜାର ତାରା'ଙ୍କର ଫଟୋ କଏଦ କରିପାରିଛି।

୩.୨-ଗିଗାପିକ୍ସେଲର ସୁପର କ୍ୟାମେରା ମହାକାଶର ଏକ ଛୋଟ କୋଣର ଏକ ବେଶ୍ ସ୍ପଷ୍ଟ ଏବଂ ଡିପ୍ ଭ୍ୟୁ ବା ଗଭୀର ଫଟୋ ନେଇଛି। ଏଥିରେ ୫ ଲକ୍ଷରୁ ଅଧୁକ ଗ୍ୟାଲେକ୍ସି ଏବଂ ୫୦ ହଜାର ଚମକଦାର ତାରା ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଅବଜରଭେଟୋରୀରେ ୮.୪ ମିଟର ବିଶିଷ୍ଟ ସିମୋନି ଟେଲିସ୍କୋପରେ ଖଞ୍ଜାଯାଇଥିବା ସବୁ ଠାରୁ ବଡ଼ ଡିଜିଟାଲ କ୍ୟାମେରା ବ୍ୟବହାର କରିଛନ୍ତି। ଏହାର ଏଲଏସଏସଟି କ୍ୟାମେରା ୩.୨ ଗିଗାପିକ୍ସେଲ (୩୨୦ କୋଟି ପିକ୍ସେଲ) ବିଶିଷ୍ଟ। ସ୍ନାପସଟ୍ ବଦଳରେ ଶହ ଶହ ପୃଥକ ଫଟୋକୁ ଗୋଟିଏ ଉପରେ ଆଉ ଗୋଟିଏ ରଖି ବା ଷ୍ଟାକିଂ କରାଯାଇ ଏହି ଫ୍ରେମ ବନାଯାଇଛି। ଏହି ଫ୍ରେମରେ ସ୍ପାଇରାଲ ଗ୍ୟାଲେକ୍ସି, ଏଲିପ୍ଟିକାଲ ଗ୍ୟାଲେକ୍ସି ଏବଂ ମହାକାଶର ଦୂର ସୀମାରେ ଥିବା ଅନ୍ୟ ଗ୍ୟାଲେକ୍ସିଗୁଡ଼ିକ ଭରି ରହିଛନ୍ତି। ଆମ ମିଲ୍କୱେ ଗ୍ୟାଲେକ୍ଟିର କିଛି ସଂଖ୍ୟକ ଉଜ୍ଜ୍ଵଳ ତାରା ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଅର୍ଥାତ ଫଟୋରେ ପୃଥିବୀରୁ ସବୁଠାରୁ ଅଧିକ ମାତ୍ରାରେ ଅଧ୍ୟୟନ କରାଯାଉଥିବା ମହାକାଶର ଏକ ନିର୍ଦ୍ଦିଷ୍ଟ ଅଂଶର ସ୍ପଷ୍ଟ ଚିତ୍ର ରହିଛି।

ମହାକାଶର ଯେଉଁ ଅଞ୍ଚଳର ଏହି ଫଟୋ ନିଆଯାଇଛି ତାହାକୁ କସମୋସ୍ ଫିଲ୍ଡ କୁହାଯାଏ। ବୈଜ୍ଞାନିକମାନେ ୨ ଦଶନ୍ଧିରୁ ଅଧିକ ସମୟ ହେଲା ମହାକାଶର ଏହି ଅଂଶରେ ରିସର୍ଚ୍ଚ ଜାରି ରଖୁଛନ୍ତି। ଅଧୂକ ସ୍ପଷ୍ଟ ଏବଂ କମ୍ ବାଧା ବିଶିଷ୍ଟ ହୋଇଥିବାରୁ ମହାକାଶର ଏହି ଅଂଶରେ ବହୁ ଦୂରରେ ଥିବା ଗ୍ୟାଲେକ୍ସି ଗୁଡ଼ିକ ତୁଳନାତ୍ମକ ଭବେ ଅଧିକ ସ୍ପଷ୍ଟ ଦେଖାଯାଏ। ମହାକାଶରେ ଯେତେ ଦୂରକୁ ଆମେ ଦେଖୁ, ସାଧାରଣତଃ ତାହା ସେତେ ପଛୁଆ ବା ଅତୀତ ହୋଇଥାଏ।

Also Read :-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶ୍ରୀଲଙ୍କା ସିରିଜରୁ ବାଦ୍ ପଡ଼ିଲେ ବୁମରା; ଏହି ବୋଲରଙ୍କୁ ମିଳିପାରେ ସୁଯୋଗ

ଏହି ଫଟୋରେ ଦେଖାଯାଉଥିବା ଅନେକ ଗ୍ୟାଲେକ୍ସି ଗୁଡିକରେ ଆଲୋକ ଆସି ପହଞ୍ଚିବାକୁ ଅରବ ଅରବ ବର୍ଷ ଲାଗିଥାଏ। ରୁବିନ ଅବଜରଭେଟୋରୀକୁ ୧୦ ବର୍ଷ ପାଇଁ ଏକ ମହାମିଶନରେ ରଖାଯାଇଛି। ଏହାର ନାଁ ରହିଛି ଲିଗାସି ସର୍ଭେ ଅଫ୍ ସ୍ପେସ୍ ଆଣ୍ଡ ଟାଇମ। ଏହା ଜରିଆରେ ଆଗାମୀ ଦିନଗୁଡ଼ିକରେ ମହାକାଶର ଉକ୍ତ ଭାଗକୁ ବାରମ୍ବାର ଅଧ୍ୟୟନ କରାଯିବ ଏବଂ ସୁପରନୋଭା ଭଳି ଅନେକ ମହାଜାଗତିକ ଘଟଣା ବାବଦରେ ବିସ୍ତୃତ ଭାବେ ଜାଣିହେବ ବୋଲି ବୈଜ୍ଞାନିକମାନେ ଆଶା ରଖୁଛନ୍ତି ।