ଭୁବନେଶ୍ୱର ୦୨।୦୨: ହଁ ମୁଁ ମଦ ପଇଛି । ମୋ ସାଙ୍ଗଙ୍କ ସହ ଘରକୁ ଯାଉଛି । ଏଥିରେ କଣ ଅସୁବିଧା । ତମେ କଣ ମଦ ପିଇ ଘରକୁ ଯାଉନ । ଆପଣ ତ ନିଜେ ଯାଉଥିବେ, ମୁଁ ଗଲେ ଅସୁବିଧା କଣ ? ଏମିତି କିଛି କହି ରବିବାର ରାତିରେ ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା।

 ଏ ଖବର ବି ପଢନ୍ତୁ :- IMF data on global GDP: ଆମେରିକାକୁ ଟପିଲା ଭାରତ: ମସ୍କ କହିଲେ, ବଦଳୁଛିପାୱାର ବାଲାନ୍ସ

ମଦ ପିଇ ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା କଲେ ଯୁବତୀ । ମଞ୍ଚେଶ୍ଵର ଥାନା ହାଇଟେକ୍ ଛକ ପାଖରେ ମଦ ପିଇ ଲୋକଙ୍କ ସହ ଗଣ୍ଡଗୋଳ କରିଥିଲେ। ମଞ୍ଚେଶ୍ଵର ଥାନା ହାଇଟେକ୍ ଛକ ପାଖର ଘଟିଥିଲା ଏହି ଘଟଣା । ଯୁବକ ବନ୍ଧୁ ଓ ସାଙ୍ଗଙ୍କ ସହ ଗୋଟିଏ ଗାଡ଼ିରେ ଯିବାକୁ ଯିଦ ଧରିଲେ। ଗାଳି ଗୁଲଜ ସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ଦୁର୍ବ୍ୟବହାର କଲେ। ସେପଟେ ଘଟଣା ସଂପର୍କରେ ଖବର ପାଇ ପିସିଆର୍ ଭ୍ୟାନ୍ ପହଞ୍ଚିଥିଲା, ହେଲେ କୌଣସି ସମାଧାନ ହୋଇ ପାରିନଥିଲା। ବୁଝାସୁଝା ବେଳେ ପିସିଆର୍ କର୍ମଚାରୀଙ୍କୁ ମଧ୍ୟ ନିଶାସକ୍ତ ଯୁବତୀ ଜଣକ ଗାଳି ଗୁଲଜ କରିଥିଲେ । ଶେଷରେ ରାସ୍ତାରୁ ହଟାଇବା ପାଇଁ ପୋଲିସ ନାକେଦମ୍ ହୋଇଥିଲା। ମଞ୍ଚେଶ୍ୱର୍ ଥାନାରୁ ପୋଲିସ କର୍ମଚାରୀ ଯାଇ ବହୁ କଷ୍ଟରେ ନିଶାସକ୍ତ ଯୁବତୀଙ୍କୁ ବୁଝାଇ ଥିଲେ। ଏମିତିକି ସମାଧାନ ପାଇଁ ଥାନା ଅଧିକାରୀଙ୍କୁ ଭିଡିଓ କଲରେ ମଧ୍ୟସ୍ଥି କରିବାକୁ ପଡ଼ିଥିଲା।

ଏ ଖବର ବି ପଢନ୍ତୁ :- ବଡ଼ଦାଣ୍ଡର ଛାତିଥରା ଦୃଶ୍ୟ : ସ୍କୁଟରକୁ ଧକ୍କା ଦେଇ ୨ଶହ ମିଟର ଘୋଷାଡି ନେଲା ବୋଲେରୋ ; ନାବାଳକ ନାତି ମୃତ, ଜେଜେ ଗୁରୁତର