ଭୁବନେଶ୍ୱର ୧୯।୦୮ : ଟେନସନ୍ ବଢ଼ାଇଲେ ଓଲା, ଉବେର ଡ୍ରାଇଭର । ରାଜଧାନୀ ରାଜରାସ୍ତାରେ ଡ୍ରାଇଭର ଏବଂ ପୋଲିସ ଧସ୍ତାଧସ୍ତି । ଆନ୍ଦୋଳନରତ ଅନଲାଇନ୍ ଡ୍ରାଇଭରଙ୍କୁ ଉଠାଇନେଲା ପୋଲିସ । ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ ଛକରେ ଜୋରଦାର ପ୍ରତିବାଦ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତା ଜାମ୍ , ଗାଡ଼ି ଚଳାଚଳ ପ୍ରଭାବିତ । 

ଖବର ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ତୀବ୍ର ହେଉଛି ଅନଲାଇନ୍ ଅଟୋ ସଂଘର ଆନ୍ଦୋଳନ। ତିନି ଦିନ ହେଲା ଅଲ୍ ଓଡ଼ିଶା ଗିଗ୍ସ ୟୁନିଅନ ଷ୍ଟ୍ରାଇକ। ଓଲା, ଉବେର, ରାପିଡୋ, ଓଡ଼ିଶା ଯାତ୍ରୀ ଡ୍ରାଇଭରମାନେ ଲୋୟର ପିଏମ୍ ଜିରେ ଆନ୍ଦୋଳନ କରୁଛନ୍ତି। ୩୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନଲାଇନ୍ ଅଟୋ ଚାଳକ । ଓଲା, ଉବର ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଟୋ ଚାଳକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଭଡ଼ା ଓ କମିଶନ୍ ସମ୍ବନ୍ଧୀୟ ଦାବି ସହ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଦାବି ହେଇଛି । ଅଟୋ ଚଳାଚଳ ବନ୍ଦ ଥିବାରୁ ଗଡୁନି ଅଟୋ । ଫଳରେ ରାଜଧାନୀରେ ପ୍ରଭାବିତ ହୋଇଛି ଜନଜୀବନ । ବିଶେଷକରି ରେଳ ଷ୍ଟେସନ୍, ବିମାନବନ୍ଦର ଓ ଅନ୍ୟ ପ୍ରମୁଖ ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଏସବୁ ଭିତରେ ବୁଧବାର ଦିନ ଆନ୍ଦୋଳନ ବେଳେ ଘଟିଲା ଅଘଟଣ । ଆନ୍ଦୋଳନରତ ଡ୍ରାଇଭର ଏବଂ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପଜୁଥିଲା । ଯାହାଫଳରେ ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ଏବଂ ପୋଲିସ । ପୋଲିସକୁ ଢେଲା ପଥର ମାଡ଼ କରିଥିଲେ ଆନ୍ଦୋଳନକାରୀ । ଯାହାର ଜବାବରେ ଲାଠି ଚାଳନା କରିଥିଲା ପୋଲିସ । 

Also Read:- ବନ୍ୟା ସୁଅରେ ଯାଉଥିଲେ ଭାସି, ସ୍ଥାନୀୟ ଯୁବକ ଆଣିଲେ ଧରି...

ସେପଟେ ରାଜଧାନୀ ରାଜରାସ୍ତାରେ ଏପରି ଅଭାବନୀୟ ପରିସ୍ଥିତି ଉପୁଜିଥିବାରୁ ଗମନାଗମନରେ ଅସୁବିଧା ହୋଇଛି । ଖାସ୍‌ କରି ରେଲୱେ ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇଛି । ଷ୍ଟେସନ୍ ଓ ଏୟାରପୋର୍ଟରୁ ଫେରୁଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । 

Watch Video:-