ନୂଆଦିଲ୍ଲୀ: ବର୍ଷର ଶେଷ ଦିନରେ ଭାରତ ନିଜ ପ୍ରତିରକ୍ଷା କ୍ଷମତାରେ ନୂଆ ଶକ୍ତି ଯୋଡ଼ିଛି । ନିଜ ପ୍ରତିରକ୍ଷା କ୍ଷମତାକୁ ନୂଆ ମଜଭୁତ କରି ଡିଆରଡିଓ ପ୍ରଳୟ ମିସାଇଲର ସଫଳ ସାଲଭୋ ଲଞ୍ଚ୍ କରିଛି । ଏହି ପରୀକ୍ଷଣ ଦେଶର ସ୍ୱଦେଶୀ ମିସାଇଲ୍ ପ୍ରଯୁକ୍ତି ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତାର ଏକ ବଡ଼ ଉପଲବ୍ଧି କୁହାଯାଉଛି । ଗୋଟିଏ ହିଁ ଲଞ୍ଚରରେ କମ ସମୟ ବ୍ୟବଧାନରେ ଦୁଇ ମିସାଇର ସଫଳ ଉତକ୍ଷେପଣ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଅଟେ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ବୁଧବାର ସକାଳ ପ୍ରାୟ ୧୦.୩୦ ମିନିଟରେ ଓଡ଼ିଶାର ଉପକୂଳରୁ ଗୋଟିଏ ଲଞ୍ଚରରେ ଦୁଇ ପ୍ରଳୟ ମିସାଇଲ୍ ଉତକ୍ଷେପଣ କରାଯାଇଥିଲା । ଏହି ଉଡାଣ ପରୀକ୍ଷଣ ୟୁଜର ଇଭାଲ୍ୟୁଏସନ ଟ୍ରାୟଲ୍ସ ଅଧିନରେ କରାଯାଇଛି । ଦୁଇ ମିସାଇଲ ଧାର୍ଯ୍ୟ କରାଯାଇଥିବା ଦିଗରେ ଉଦ୍ଦେଶ୍ୟକୁ ସଫଳତା ସହ ହାସଲ କରିଥିଲେ । ମିସାଇଲର ସମ୍ପୂର୍ଣ୍ଣ ଉଡାଣ ଉପରେ ନଜର ରଖିବା ପାଇଁ ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ସେନସର ଲଗାଯାଇଥିଲା ।
Salvo lunch of two Pralay Missile in quick succession from same launcher were successfully conducted today from ITR, Chandipur. The flight test was conducted as part of User evaluation trials. Both the missiles followed the intended trajectory meeting all flight objectives. pic.twitter.com/QeJYVDhL1l
— DRDO (@DRDO_India) December 31, 2025
୭୫୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାତ୍ରା କରିପାରୁଥିବା ଏହି ମିସାଇଲ୍ ୧୦୦୦ କିଲୋ ବାରୁଦ ନେବାରେ ସକ୍ଷମ । ଏହି ମିସାଇଲ୍ ଭାରତର ପ୍ରମୁଖ ସେନା କ୍ୟାମ୍ପ ଫିରୋଜପୁର, ଜୈସଲମେର, ଭୁଜ ଠାରୁ ପାକିସ୍ତାନର ୧୦ ବଡ଼ ସହର ଲାହୋର, ଫୈସଲାବାଦ, ଗୁଞ୍ଜରାବାଲା, ରାୱଲପିଣ୍ଡି, ଇସଲାମାବାଦ, ବାହବଲପୁର, ମୁସତାନ, ଲାହୋର, କରାଚୀ, ହାଇଦ୍ରାବାଦ, ସୁକ୍କୁରକୁ ଟାର୍ଗେଟ୍ କରାଯାଇପାରିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଭାରତର ସାମରିକ ମିସାଇଲ୍ କ୍ଷମତା ପାଇଁ ଏକ ବଡ଼ ଉପଲବ୍ଧି ଅଟେ । ପ୍ରଳୟ ସର୍ଟ ରେଞ୍ଜର ବାଲିଷ୍ଟିକ ମିସାଇଲ୍ ଓ ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଅଟେ । ପୂର୍ବରୁ ଡିଆରଡିଓ ଜୁଲାଇ ୨୮-୨୯ରେ ଓଡ଼ିଶା ଉପକୂଳରେ ପ୍ରଳୟ କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ କରିଥିଲା । ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ବିକଶିତ ଏହି ଆଧୁନିକ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଖୁବ୍ ଶୀଘ୍ର ଭାରତୀୟ ସଶସ୍ତ୍ର ବାହିନୀରେ ସାମିଲ କରିବାକୁ ଯାଉଛି, ଯାହା ଦେଶର ପ୍ରତିରକ୍ଷା କ୍ଷମତା ଏବଂ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ ।
