ସମ୍ବଲପୁର ୦୮।୦୬ : ସମ୍ବଲପୁରରେ ଡବଲ ମର୍ଡର। ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ହାଣି ହତ୍ୟା। ମା ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସମ୍ବଲପୁର ଶାସନ ଥାନା ଗିରିପାଲି ଖଡିଆପଡ଼ାରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ।

ଖବର ଅନୁଯାୟୀ, ଗୁଣି ଗାରେଡି ସନ୍ଦେହରେ ଜଣେ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା । ମୃତକ ହେଲେ ଉରକୁଲି ପାତ୍ର ଓ ତାଙ୍କ ଝିଅ ଲିଳିମା ଯୋଡ଼ା। ଉଭୟେ ଗତ ରାତିରେ ନିଜ ଘର ଅଗଣାରେ ଶୋଇଥିବା ବେଳେ ହତ୍ୟାକାଣ୍ଡ ଘଟିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପଡୋଶୀର ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ବିବାହ ପରେ ବି ମୃତ ଲିଳିମା ନିଜ ବାପ ଘରେ ରହୁଥିଲେ।

Also Read:-Chandrika Death Case : ସୁଇସାଇଡ୍ ପୂର୍ବରୁ ବୟଫ୍ରେଣ୍ଡ ସହ କଥା ହୋଇଥିଲେ ଚନ୍ଦ୍ରିକା, ପୋଲିସ ରାଡାରରେ OAS ପ୍ରେମିକଙ୍କ ନୂଆ ପ୍ରେମିକା !